AIIMSର ରୋଗୀସେବା ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା ରୋଗୀ ସେବା ସମ୍ବନ୍ଧୀୟ ଅନେକ ବିକାଶମୂଳକ କାର୍ଯ୍ୟ, ଗବେଷଣା ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ରୋଗୀ ସେବା ଓ ସମାଜ ପ୍ରତି ଏମ୍ସ ଭୁବନେଶ୍ୱରର ସେବା ମନୋଭାବ ଏବଂ ସକରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।
ଓଡ଼ିଶାର ରାଜ୍ୟପାଳ ତଥା ଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ସାକ୍ଷାତକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ଆନନ୍ଦ ପ୍ରକାଶ କରିବା ସହିତ ଏହା ଏକ ପ୍ରେରଣାଦାୟୀ ବୈଠକ ଥିଲା ବୋଲି ପ୍ରକାଶ କରିଛନ୍ତି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର ରେଜିଷ୍ଟ୍ରାର ବି ବି ମିଶ୍ର, ଡିଡିଏ (ଇନ୍-ଚାର୍ଜ) ରଶ୍ମିରଜନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.