ଓଡ଼ିଆ ନ୍ୟୁଜ୍: FM କଲେଜ ଜଣେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ରହିଛି ଯେ, ଜଣେ ଶିକ୍ଷକଙ୍କ ଦ୍ୱାରା ଯୌନ ର୍ନିଯାତନା ଓ ମାନସିକ ଉତ୍ପୀଡ଼ନ ଯୋଗୁଁ ଏହି ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଜୁଲାଇ ୧୨, ୨୦୨୫ ରେ ଘଟିଥିଲା ଏବଂ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର AIIMS ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
AIIMS ଭୁବନେଶ୍ବରର ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ତାଙ୍କ ଦେହରେ ପ୍ରାୟ ୯5% ଜଳିଯାଇଥିବା ଜଣାପଡ଼ିଛି। AIIMS ରେ ଏକ ୧୨ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି। ଡ. ବିଶ୍ବାସ କହିଛନ୍ତି, “ଆମେ ସମସ୍ତ ସମ୍ଭାବ୍ୟ ଉପାୟରେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛୁ। ବର୍ନ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ଆବଶ୍ୟକ ହେଲେ ଏୟାରଲିଫ୍ଟ କରି ଅଧିକ ଉନ୍ନତ ଚିକିତ୍ସା ପାଇଁ ପ୍ରସ୍ତୁତି ଚାଲିଛି।”