ପାକିସ୍ତାନ ଲାହୋରରେ ବଡ ଧାରଣର ବିସ୍ଫୋରଣ

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ବଡ ଆଟାକ୍ ହେବାରେ ଲାଗିଛି । ବିସ୍ଫୋରଣରେ ଥରିଛି ଲାହୋର । ଲାହୋରର ବ୍ଲାଟନ ରୋଡ୍‌ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ଲାହୋରରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି । ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆକ୍ରମଣ କିଏ କରିଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଲାହୋରର ବ୍ଲାଟନ ରୋଡରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ବ୍ଲାଟନ ବିମାନବନ୍ଦର ନିକଟରେ ଲାହୋରର ଗୋପାଳ ନଗର ଏବଂ ନାସିରାବାଦ ଅଞ୍ଚଳରେ ସିରିଜ ବିସ୍ଫୋରଣ ଶୁଣାଯାଇଥିଲା।

ସାଇରନ୍ ବାଜିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲାହୋରର ଅକସାରି ୫ ରୋଡ୍ ନିକଟରେ ଦୁଇଟି ଜୋରଦାର ବିସ୍ଫୋରଣ ମଧ୍ୟ ଶୁଣାଯାଇଥିଲା।

Leave A Reply

Your email address will not be published.