ପ୍ରଥମ ଥର ଫ୍ୟାନ୍ସଙ୍କ ସାମ୍ନାକୁ ଆସିଲେ ଆଲିଆ ଓ ରଣବୀରଙ୍କ ଝିଅ ରାହା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଥମ ଥର ପାଇଁ ମିଡ଼ିଆ ସାମ୍ନାକୁ ଆସିଲେ ଅଭିନେତ୍ରୀ ଆଲିଆ ଓ ରଣବୀରଙ୍କ ଝିଅ ରାହା କପୁର । ଗତକାଲି ଖ୍ରୀଷ୍ଟମାସ ଅବସରରେ କପୁର ଫ୍ୟାମିଲି କୁନି ରାହା କପୁରଙ୍କୁ ସର୍ବ ସମ୍ମୁଖକୁ ଆଣିଛନ୍ତି। ସୂଚନାଯୋଗ୍ୟ ନଭେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାହା କପୁର । ତେବେ ରାହାଙ୍କୁ ଦେଖିବା ପାଇଁ ଆଲିଆ ଓ ରଣବୀରଙ୍କ ଫ୍ୟାନ୍ସମାନେ ଅନେକ ଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଗତକାଲି ରାହାଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି।

ତେବେ ସୂଚନା ମୁତାବକ, ଗତକାଲି ଖ୍ରୀଷ୍ଟମାସ ଅବସରରେ କପୁର ହାଉସ ରେ ଜୋରସୋରରେ ଉତ୍ସବ ପାଳନ ହେଉଥିବା ବେଳେ, କପୁର ଫେମିଲି ର ଖ୍ରୀଷ୍ଟମାସ ଲଂଚ ତଥା ମଧ୍ୟାହ୍ଣ ଭୋଜନ ବେଳେ ରଣବୀର-ଆଲିଆ ଝିଅ ରାହାକୁ ସାଙ୍ଗରେ ଧରି ପେପରାଜିଙ୍କୁ ପୋଜ୍‌ ଦେଇଥିଲେ। ଏହି ବଲିଉଡ ଷ୍ଟାର୍‌ ଦମ୍ପତି ପ୍ରଥମଥର ପାଇଁ ଝିଅକୁ ସର୍ବସମ୍ମୁଖରେ ଦେଖାଇଛନ୍ତି। ଏହି ସମୟ ରଣବୀର ନିଜ ରାଜକୁମାରୀଙ୍କୁ କୋଳ ଧରିଥିବା ନଜର ଆସିଥିଲେ।ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଏଥିରେ ରଣବୀର ଏବଂ ଆଲିଆ କିପରି ରାହାଙ୍କୁ ନିଜ କୋଳରେ ନେଇ ପାପାରାଜିଙ୍କୁ ଭେଟିବା ପାଇଁ ଆଣିଛନ୍ତି।

ବାପାଙ୍କ କୋଳରେ ବସିଥିବା ବେଳେ ରାହା ବହୁତ ଶାନ୍ତ ଦେଖାଯାଉଥିଲେ। ରାହାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହାର ମୁହଁକୁ ଦେଖି ଅନେକ ୟୁଜର୍ସ ଭଳି କି ଭଳି କମେଣ୍ଟ ଦେଇଛନ୍ତି। କିଏ କହୁଛି ଇରା ପୂରା କପୁର ଫ୍ୟାମିଲି ଉପରେ ଯାଇଛି ତ ଆଉ କିଏ ଜେଜେ ବାପା ରିଷି କପୁରଙ୍କ କାର୍ବନ କପି ବୋଲି କହୁଛି।

Leave A Reply

Your email address will not be published.