୨୦୧୪ ରେ ସୁପ୍ରିମକୋର୍ଟ ଦେଇଥିବା ଅର୍ଣ୍ଣେଶ କୁମାର ଗାଇଡ଼ଲାଇନକୁ ସଠିକ ଭାବେ ଲାଗୁ ପାଇଁ ସମସ୍ତ ହାଇକୋର୍ଟ ଓ ପୋଲିସ ଡ଼ିଜି ମାନଙ୍କୁ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ(ବ୍ୟୁରୋ):ସମସ୍ତ ହାଇକୋର୍ଟ ଓ ପୋଲିସ ଡ଼ିଜି ମାନଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ।ଅର୍ଣ୍ଣେଶ କୁମାର ଗାଇଡ଼ଲାଇନ ମାନି ଗିରଫଦାରୀ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ। ୨୦୧୪ ରେ ସୁପ୍ରିମକୋର୍ଟ ଦେଇଥିବା ଅର୍ଣ୍ଣେଶ କୁମାର ଗାଇଡ଼ଲାଇନକୁ ସଠିକ ଭାବେ ଲାଗୁ ପାଇଁ ନିର୍ଦ୍ଦେଶ। ଆଇପିସିର ୪୯୮(କ) ଦଫାର ଅପବ୍ୟବହାର ହେଉଥିବା ସୁପ୍ରିମକୋର୍ଟଙ୍କ ହୃଦବୋଧ। ଏଭଳି ଆଇନ ଯୋଗୁଁ ଅନେକଙ୍କ ମିଥ୍ୟା ଗିରଫଦାରୀ ହେଉଛି।
ଏହି ଗିରଫଦାରୀକୁ ଏଡ଼ାଇବା ପାଇଁ ଅର୍ଣ୍ଣେଶ କୁମାର ଗାଇଡ଼ଲାଇନକୁ ପାଳନ ହେବା ଆବଶ୍ୟକ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଦେଲେ ଏହି ନିର୍ଦ୍ଦେଶ। ହାଇକୋର୍ଟ ମାନେ ଏ ନେଇ ଗାଇଡ଼ଲାଇନ କରି ସେସନସ ଓ କ୍ରିମିନାଲ କୋର୍ଟ ଗୁଡିକୁ ଜଣାଇବାକୁ ନିର୍ଦ୍ଦେଶ। ସମସ୍ତ ରାଜ୍ୟ ପୋଲିସ ଡ଼ିଜି ନିଜ ନିଜ ରାଜ୍ୟରେ ଏହି ଗାଇଡ଼ଲାଇନ କଡାକଡି ଲାଗୁ କରିବାକୁ ନିର୍ଦ୍ଦେଶ।
୪୯୮ (ଏ) ଧାରା ବିବାହିତା ମହିଳାଙ୍କ ପ୍ରତି ନିର୍ଯ୍ୟାତନା କ୍ଷେତ୍ରରେ ଲାଗିଥାଏ। ଅନେକ ସମୟରେ ଏହି ଦଫା ବଳରେ ମହିଳାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ତୁରନ୍ତ ଗିରଫ କରାଯାଏ। ଏହି ଆଇନର ଦୁରୂପଯୋଗ ହେଉଥିବା ୨୦୧୪ ରେ ସୁପ୍ରିମକୋର୍ଟ ଦର୍ଶାଇଥିଲେ। ୪୯୮ (ଏ) ବଳରେ ଗିରଫଦାରୀ ବେଳେ କି କି ଗାଇଡ଼ଲାଇନ ମାନିବାକୁ ହେବ ତାହା ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟ।