ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲକ୍ ଡାଉନ୍ କରିବା ପାଇଁ ଘୋଷଣା କରିବାପରେ ପୋଲିସ ତାହାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି l ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି l କେଉଁଠି ପୋଲିସ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଉଥିବା ବେଳେ କେଉଁଠି ରନ୍ଧା ଖାଦ୍ୟ ଦେଉଥିବାର ଚିତ୍ର ଦେଖିବାକୁ ମିଲୁଛି l ପୋଲିସ ତାହାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ଲାଠି ଚାର୍ଜ ମଧ୍ୟ କରିଛି l ସେହିପରି ଦୁଇଜଣ ବାଇକ୍ ଧରି ଯାଉଥିବା ବେଳେ ଭୁବନେଶ୍ଵର ବିମାନ ବନ୍ଦର ଛକ ଠାରେ ପୋଲିସ ସିଜ୍ କରିଛି l ବାଲେଶ୍ଵର ସହରରେ ବିନା କାରଣରେ ବୁଲୁଥିବାରୁ ବାଇକ୍ ଚାଳକକୁ ଥାନାରେ ଅଟକ ରଖାଯାଇଛି l