କିଛି ସମୟ ପରେ ଶପଥ ନେବେ ନୁଆ ମନ୍ତ୍ରିମଣ୍ଡଳ, ଲୋକସେବା ଭବନରେ ସମସ୍ତେ ପହଞ୍ଚିଲେ

0

Deଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶପଥ ନେବ ନବୀନ ସରକାରଙ୍କ ନୁଆ ମନ୍ତ୍ରିମଣ୍ଡଳ । ନୂଆ ମନ୍ତ୍ରୀମଣ୍ଡଳ ପାଇଁ ଚୂଡ଼ାନ୍ତ ତାଳିକାରେ ପଶ୍ଚିମ ଓଡ଼ିଶାରୁ ୭ ଜନପ୍ରତିନିଧିଙ୍କ ନାମ ରହିଛି। କେବଳ ସେତିକି ନୁହେଁ, ଗତକାଲି ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଥିବା ବେଳେ ଏଥର କିନ୍ତୁ ୨ ବିଧାୟିକାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳୁଛି।ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨ଟି ବିଧାନସଭା କ୍ଷେତ୍ର ଥିବା ଉଭୟ ବିଧାୟକ ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରା ମନ୍ତ୍ରୀ ହୋଇଥିଲେ। ସେହିପରି ବଲାଂଗୀର ଜିଲ୍ଲାରୁ ଟୁକୁନି ସାହୁ, କଳାହାଣ୍ଡି ଜିଲ୍ଲାରୁ ଦିବ୍ୟଶଙ୍କର ମିଶ୍ର, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ ଏବଂ ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ। ଆଜିର ଚୂଡ଼ାନ୍ତ ତାଲିକାରେ ଏହି ୬ ଜଣଙ୍କ ମଧ୍ୟରୁ କେବଳ ନିରଂଜନ ପୂଜାରୀ, ନବକିଶୋର ଦାସ ଓ ଟୁକୁନି ସାହୁଙ୍କ ନାମ ରହିଛି। ପଶ୍ଚିମ ଓଡ଼ିଶାର ସବୁଠାରୁ କ୍ଷମତାଶାଳୀ ନେତା ସୁଶାନ୍ତ ସିଂହଙ୍କ ସହିତ ପଦ୍ମନାଭ ବେହେରା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ନାହିଁ ।

ନୂଆ ମନ୍ତ୍ରୀମଣ୍ଡଳରେ ସୁଶାନ୍ତ ସିଂହଙ୍କ ନାମ ନଥିବାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ ସାଂଗଠନିକ ଗୁରୁଦାୟିତ୍ବ ଦେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୩ ମନ୍ତ୍ରୀ ବିହୀନ ଜିଲ୍ଲା ସମ୍ବଲପୁର, ନୂଆପଡ଼ା ଓ ବୌଦ୍ଧକୁ ଏଥର ମନ୍ତ୍ରୀ ପଦ ମିଳିଛି। ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଓ ସମ୍ବଲପୁର ଜିଲ୍ଲାରୁ ଇଂ.ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହଙ୍କ ପରିବର୍ତ୍ତେ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଉଛି।

ସୂଚନାଯୋଗ୍ୟ  ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ୫ମ ପାଳିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବୃଦ୍ଧି ହେବା ସହ ପ୍ରତି ଜିଲ୍ଲାରେ କାର୍ଯ୍ୟାଳୟ କାର୍ଯ୍ୟକାରୀ କରାଇଥିଲେ। କରୋନା ମହାମାରୀ ପରେ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଅନ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଜଳସେଚନ ପ୍ରକଳ୍ପକୁ ସର୍ବଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବବୃହତ ତଥା ୨୦ ହଜାର କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍‍ ମଧ୍ୟ ନିର୍ମାଣାଧୀନ ରହିଛି।

Leave A Reply

Your email address will not be published.