ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଂଚାୟତରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇ ଥିବା ନେଇ ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି । ଏତଲା ପ୍ରକାରେ ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଶଳା ପୁରୁଷୋତ୍ତମପୁର ଥାନା ବାଘଳା ଗ୍ରାମର ବାବୁ ସାହୁ 9ମାସ ହେଲା କୃଷ୍ଣଙ୍କ ଘରେ ରହି ଦୋକାନ କରିବା ସହ ଅଟୋ ଚଲାଉ ଥିଲା ।

ସୋମବାର ରାତି 10 ଘଣ୍ଟ ସମୟରେ ବାବୁ ଗ୍ରାମ ନିକଟସ୍ଥ ନଦୀରେ ଗାଧୋଇ ଫେରୁଥିଲା । କୃଷ୍ଣ ଙ୍କ ଘର ନିକଟରେ ଏହି ଗ୍ରାମର ସନ୍ତୋଷ ସାହୁ ଏବଂ ତାଙ୍କ ପୁଅ ରାଜେଶ ସାହୁ ଓ ରବି ସାହୁ ହଠାତ ଖଣ୍ଡା ଓ ଲୁହା ରଡ଼ ରେ ଆକ୍ରମଣ କରିଥିଲେ । ପାଟି ଶୁଣି କୃଷ୍ଣ ସେଠାରେ ପହଂଚି ଥିଲେ । କୃଷ୍ଣ କୁ ମଧ୍ୟ ଠେଲାପେଲା କରି ଜୀବନରେ ମାରିଦେବା କୁ ଧମକ ଦେଇ ପଳାଇ ଥିଲେ।

ପରେ ବାବୁକୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ , ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଲ୍ଲିକୋଟ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ମଙ୍ଗଳବାର ଅପରାହ୍ନ 2.30 ମିନିଟ ସମୟରେ କୃଷ୍ଣ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ଆକ୍ରମଣ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଉକ୍ତ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରିରହିଛି ।

Comments are closed.