ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ଅଭିଯୋଗ । ସମ୍ବଲପୁରରେ ଏକ କଲେଜ ପରୀକ୍ଷା ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହ ବୈଠକରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଜୁଲାଇ ୧୫ ତାରିଖରେ ଧନକଉଡା ଗ୍ରାମରେ ୫ଟି ସଚିବଙ୍କ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କିଛି ଛାତ୍ର ଚେୟାର ଫିଙ୍ଗିବା ସହ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଥିବା ଭିଡିଓ ଭାଇରାଲ ହୋଇଛି। ଶୁଭମ ପ୍ରସାଦ ମିଶ୍ର ନାମକ ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ (ଏନଏସସିବି) କଲେଜର ତାଙ୍କୁ ଓ ଅନ୍ୟ ଛାତ୍ରମାନଙ୍କୁ ସେମାନଙ୍କ ଆଭ୍ୟନ୍ତରୀଣ ପରୀକ୍ଷା ଦେବା ପରିବର୍ତ୍ତେ ବୈଠକରେ ଯୋଗ ଦେବାକୁ କୁହାଯାଇଥିଲା। ସେ କହିଛନ୍ତି, ଗୋଟିଏ ପ୍ରଶ୍ନପତ୍ର ପାଇଁ ଆମର ଇଣ୍ଟରନାଲ ପରୀକ୍ଷା ଜୁଲାଇ ୧୪ରେ ହୋଇଥିଲା।

ଜୁଲାଇ ୧୫ରେ ଆଉ ଏକ ପେପର ପରୀକ୍ଷା ହେବାର ଥିଲା। ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ନିଜ ନିଜ ସିଟରେ ବସିଥିଲେ। ହେଲେ ସଙ୍ଗେସଙ୍ଗେ କଲେଜ କର୍ତ୍ତୃପକ୍ଷ ଆସି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିବା ଭଳି ପରୀକ୍ଷା ଆଜି ହେବନି ବୋଲି କହିଥିଲେ । ପରେ ୫-ଟି ସଚିବଙ୍କ ବୈଠକରେ ଯୋଗଦେବାକୁ କହିଥିଲେ। ଏ ନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୈଠକରେ ଯୋଗଦେବାକୁ ବାଧ୍ୟ କରୁଥିବା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.