ସ୍ୱାସ୍ଥ୍ୟ ସେବାର ବିକଳ ଦୃଶ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତଦନ୍ତ ନାଁ’ ରେ ଗଳିତ ଶବକୁ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚେଇବା ପାଇଁ ପୋଲିସର ଫର୍ମାସୀ ।ପୁଅକୁ ପୋଲିସ କହୁଛି ତୁମେ ବାପାଙ୍କ ଶବ ଧରି ମେଡିକାଲକୁ ଆସ l ଏହା କେଉଁ ଉପାନ୍ତ ଅଂଚଳର ଚିତ୍ର ନୁହେଁ ଏହା ହେଉଛି ଉପକୂଳ ଜିଲ୍ଲାର ଲୋମ ଟାଙ୍କୁରା ଦୃଶ୍ୟ । ନିଖୋଜ ବାପାଙ୍କ ଗଳିତ ଶବକୁ ଟ୍ରଲିରେ ବୋହି ନେଉଛି ପୁଅ ।

ସତରେ ମରିଗଲା କି ମାନବିକତା ?ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ଜଅଁକୋଟି ଗାଁ’ର ଜନୈକ ବୃଦ୍ଧ ଘରୁ ନିଖୋଜ ଥିବା ତାଙ୍କ ପୁଅ ମାହାଙ୍ଗା ଥାନାରେ ରିପୋର୍ଟ ଲେଖେଇ ଥିଲେ l ଅଭିଯୋଗ ହସ୍ତଗତ ସତ୍ୱେ ନିଖୋଜ ବୃଦ୍ଧଙ୍କୁ ଠାବ କରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।ନିଖୋଜର ୪ ଦିନ ପରେ ନୁର୍ତ୍ତାଙ୍ଗ ପଞ୍ଚାୟତ ଅଜଣାମଠ ନିକଟରୁ ନିଖୋଜ ବୃଦ୍ଧଙ୍କ କ୍ଷତାକ୍ତ ଶବ ପଡ଼ିଥିବା ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ।

ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ମାହାଙ୍ଗା ଥାନାକୁ ମଧ୍ୟ ସୂଚନା ଦିଆଗଲା lପୋଲିସ କିନ୍ତୁ ନିଜ ମାନବିକତାକୁ ଭୁଲି ମାହାଙ୍ଗା ସରକାରୀ ହସ୍ପିଟାଲକୁ ବୃଦ୍ଧଙ୍କ ଶବକୁ ଆଣିବା ପାଇଁ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦେଲା l

Leave A Reply

Your email address will not be published.