ଓଡ଼ିଆ ନ୍ୟୁଜ୍:ଟାଙ୍ଗୀ ଥାନା ଚଟିଳଗଡ଼ା ନିକଟରେ ଆମ ବସ୍ ଦୁର୍ଘଟଣା।ଟ୍ୟାଙ୍କର୍ ପଛରେ ପିଟିହେଲା ଆମ ବସ୍; ୧୫ ଯାତ୍ରୀ ଆହତ।କଟକ SCB ମେଡିକାଲ୍କୁ ୨ ଗୁରୁତର ଯାତ୍ରୀଙ୍କୁ ପଠାଗଲା।୧୬ ନମ୍ବର ଜାତୀୟ ରାଜପଥରେ କଟକରୁ ଟାଙ୍ଗି ଅଭିମୁଖେ ଯାଉଥିବା ଆମ ବସ୍ ଚଟିଲୋ ଠାରେ ଏକ ପେଟ୍ରୋଲ ଟ୍ୟାଙ୍କର ସହିତ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ଆମ ବସ୍ ଚାଳକଙ୍କ ସମେତ ୧୫ ଜଣ ଆହତ ହୋଇଥିଲେ। ଆଜି ସକାଳ ୮ଟାରେ ଜଣେ ଟେଲିଫୋନ କଲରଙ୍କ ଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।
ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୧୦୮ ଆମ୍ବୁଲାନ୍ସ ଖବର ପାଇ ଖୁବ କମ୍ ସମୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିପାରିଲା ଏବଂ ନିରୀହ ଆହତଙ୍କୁ ସଠିକ ସମୟରେ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିପାରିଲେ। ୧୦୮ ଆମ୍ବୁଲାନ୍ସ ଚାଳକ ଏବଂ ସହଯୋଗୀ ସର୍ବଦା ନିଷ୍ଠାପର ଭାବେ ସେବା ପ୍ରଦାନ ପାଇଁ ସଦା ଜାଗ୍ରତ ଥାଆନ୍ତି। ୧୦୮ ଆମ୍ବୁଲାନ୍ସ ବିନା ମୂଲ୍ୟରେ ସେବା ପ୍ରଦାନ କରିବା ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବଦା ଚଳଚଞ୍ଚଳ ଥାଏ। ସାଧାରଣ ଜନତା ସର୍ବଦା ଏହି ସେବାର ସଦୁପଯୋଗ କରିବା ଉଚିତ।