ଓଡ଼ିଆ ନ୍ୟୁଜ୍:ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ। ୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ।ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଂଘ ସଭାପତିଙ୍କ ସୂଚନା। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ସ୍ଥଗିତରାଜ୍ୟ ଅମଲା ସଂଘର ଆନ୍ଦୋଳନ ୧୫ ଦିନ ପରେ ଆଜି ଏଥିରୁ ଓହରିଛନ୍ତି ଅମଲା। ଆଜି ସମସ୍ତ ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି।
ବନ୍ୟା ପରିସ୍ଥିତି ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଯେପରି ଲୋକେ ହଇରାଣ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ସହ ଆଲୋଚନା କରି ଆନ୍ଦୋଳନ ସ୍ଥଗିତ ରଖାଗଲା. ସରକାର କହିଛନ୍ତି ଯେ ଦାବି ଉପରେ ତର୍ଜମା ଚାଲିଛି। ଏନେଇ ସଂଘର ସଭାପତି ତ୍ରିପତି ବାଲାଜୀ ସୂଚନା ଦେଇଛନ୍ତି।