ଓଡ଼ିଆ ନ୍ୟୁଜ୍: ରାଜନୀତିରେ ଅମରଙ୍କ ପଟ୍ଟ ପରିବର୍ତ୍ତନ। ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ସବୁଜ ଛାଡ଼ି ଗେରୁଆ ଧରିଛନ୍ତି। ଅର୍ଥାତ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି କହିଲେ ଅମର।ଯେତେବେଳେ ବି ସଂସଦରେ ମୋଦିଙ୍କ ଭାଷଣ ଶୁଣିଛି ପ୍ରଭାବିତ ହୋଇଛି।
ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ।ମୋଦିଙ୍କ ପାଇଁ ଦେଶ ଆଜି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ପାଇପାରିଛି।ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି।ଏବେ ରାଜ୍ୟର ସେବା ସହ ରାଷ୍ଟ୍ରନିର୍ମାଣରେ ସାମିଲ୍ ହେବାକୁ ଲକ୍ଷ୍ୟ ରଖିଛି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ ସାମର୍ଥ୍ୟ ମତେ ସବୁ କିଛି କରିବି।