ଓଡ଼ିଆ ନ୍ୟୁଜ୍: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଅଫିସର ଅଡିଟର ଅମ୍ବିକା। ସର୍ଭିସ ଭେରିଫିକେସନ ପାଇଁ ନେଉଥିଲେ ଲାଞ୍ଚ।ସର୍ଚ୍ଚ ବେଳେ ଅଫିସରୁ ୧.୨୮ ଲକ୍ଷ ଟଙ୍କା ଜବତ।ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା ପାଇବା ପାଇଁ ଆବଶ୍ୟକ ‘ସର୍ଭିସ୍ ଭେରିଫିକେସନ୍’ କରିଦେବାକୁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ପରେ ତାଙ୍କ ସ୍ଥାନରେ ଚଢ଼ାଉ କରାଯାଇ ୨୮.୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରାଯାଇଛି ଏବଂ ସେହି ଟଙ୍କାକୁ ଭିଜିଲାନ୍ସ ଜବତ କରିଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଓରେଡା ସହକାରୀ ନିର୍ଦ୍ଦେଶକ । ୧୦ ହଜାର ଟଙ୍କା ନେଇଥଇଲେ ଲାଞ୍ଚ । ସହକାରୀ ନିର୍ଦ୍ଦେଶକ ହେଲେ ସୀମାଦ୍ରୀ ଶ୍ରୀକାନ୍ତ ରାଓ । କଟକ ୱାଲମୀ ରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ବକେୟା ଅର୍ଥ ରିଲିଜ ପାଇଁ ଲାଞ୍ଚ ମାଗିଥିଲେ । ୩୦ ହଜାର ଲାଞ୍ଚ ଦାବି କରିଥିଲେ ସହକାରୀ ନିର୍ଦ୍ଦେଶକ । ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟ୍ରାପ ପରେ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଥିଲା ଭିଜିଲାନ୍ସ ।