ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରୋଗୀଙ୍କୁ ନେବାକୁ ଟଙ୍କା ମାଗୁଛନ୍ତି ଆମ୍ବୁଲାନ୍ସ ଚାଳକ । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକମଙ୍ଗରାଜପୁର ପଂଚାୟତ ର ହସିଣା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ରୋଗୀଙ୍କୁ ସେବା ଯୋଗାଇ ଦେବା ଲାଗି୧୦୨ ଆମ୍ବୁଲାନ୍ସ ଜନନୀ ସୁରକ୍ଷା ଚାଳକ ମାନେ ଟଙ୍କା ମାଗୁଥିବା ଅଭିଯୁଗ ହୋଇଛି।
ଏହି ବ୍ଲକ ଅନ୍ତର୍ଗତ ହାସିଣା ଗ୍ରାମର ସୁମନ୍ତ ସ୍ୱାଇଁ ଓ ପ୍ରଭାତୀ ସ୍ୱାଇଁଙ୍କ୧୦ମାସର ଶିଶୁ କନ୍ୟା ସ୍ୱପ୍ନାରଣୀ ଗତ ବୁଧବାର ତୃତୀୟ ଡୋଜପୋଲିଅ ଟୀକା ନେଇଥିଲେ।ଏହାପରେ ସେ ଜ୍ୱର ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ।ରବିବାର ସକାଳେ ପରିବାର ସଦସ୍ୟ୧୦୨ଜନନୀ ସୁରକ୍ଷା ଗାଡିକୁ ଡାକିଥିଲେ।ମାତ୍ର ସୁରକ୍ଷା ଗାଡି ଘର ନିକଟରେ ପହଞ୍ଚିବା ପରେ ଚାଳକ ସେବା ପ୍ରଦାନ ପାଇଁ ଟଙ୍କା ମାଗିଥିଲେ ବାଧ୍ୟ ହୋଇ ଶିଶୁ କନ୍ୟା ଙ୍କ ବାପା ସଡ଼କ ସୁରକ୍ଷା ବାହିନୀର ସଭାପତିପଙ୍କଜ ତରାଇ ଙ୍କୁ ଡାକିଥିଲେ।
ପଙ୍କଜ ପହଞ୍ଚି ବା ପରେ ଚାଳକ ଜଣକ ତାଙ୍କୁ ମଧ୍ୟ ଟଙ୍କା ମାଗିଥିଲେ।ଏ ଘଟଣା ର ଭିଡ଼ିଓ ସୁଟିଂ କରିବାରୁ ବାଧ୍ୟ ହୋଇ ଡ୍ରାଇଭର ଜଣକ ଶିଶୁ କନ୍ୟା କୁ କୁଜଙ୍ଗ ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ସେଠାରେ ତାକ୍ତର ଶିବପ୍ରସଦ ସେଠୀ ଶିଶୁ କନ୍ୟା କୁ ତୁରନ୍ତ କଟକ ଶିଶୁଭବନ ନେଇଯିବାକୁ ପରାମର୍ଶ ଦେଇଥିଲେ।