ନ୍ୟୁୟର୍କରେ ସାମ୍ମୁହିକ କବର

0

ଆମେରିକାରେ ମୃତ୍ଯର ତାଣ୍ଡବ ଖେଳିବାରେ ଲାଗିଛି ମହାମାରୀ କରୋନା ଭାଇରସ୍ l କେବଳ ନ୍ୟୁୟର୍କ ରେ ଦିନକୁ 500 ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ 1 ଲକ୍ଷ 70 ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି l ସମଗ୍ର ଆମେରିକାରେ 2000 ମୃତ୍ୟୁ ସଂଖ୍ୟା ଦୈନିକ ଅତିକ୍ରମ କରୁଛି l ଆମେରିକାରେ ମୃତ୍ୟୁ ସଂଖ୍ୟା 18 ହଜାର 746 ରେ ପହଁଞ୍ଚିଛି l ଗତକାଲି ପ୍ରାୟତଃ 2100 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି l

ନ୍ୟୁୟର୍କ ସହରରେ ଏପରି ପରିସ୍ଥିତି ଘଟିଲାଣି ଯେ l ଆକ୍ରାନ୍ତଙ୍କ ମୃତ ଶରୀର କୁ କବର ଦେବା ପାଇଁ ଜାଗା ମିଳୁନାହିଁ l ଫଳରେ ସାମୁହିକ କବର ଦେବା ପାଇଁ ବାଧ୍ୟ ହେଉଛନ୍ତି l ନ୍ୟୁୟର୍କ ରେ ସାମୁହିକ କବର ଦେବାର ଫଟୋ ଏବେ ସୋସିଆଲ ମିଡିଆ ରେ ଘୁରି ବୁଲୁଛି l ମୃତ ଶରୀର ଗୁଡିକୁ କବର ଦେବାପାଇଁ ବଡ ବଡ କବର ସ୍ଥାନ ଗୁଡିକୁ ଖୋଲା ଯାଉଛି l

ନ୍ୟୁୟର୍କ ରେ 1 ଲକ୍ଷ 70 ହାଜର ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି l ଫଳରେ ଦୈନିକ 500 ରୁ ଉର୍ଦ୍ଧ ଆକ୍ରାନ୍ତଙ୍କ ଜୀବନ ଯାଉଛି l ସହରରେ କରୋନା ଜନିତ ମୃତକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଜାଗା ନାହିଁ ଫଳରେ ପୁରୁଣା କବର ଗୁଡିକୁ ଖୋଲି ସାମୁହିକ କବର ଦିଆଯାଉଛି l ପୂର୍ବରୁ ନ୍ୟୁୟର୍କ ରେ ଜେଲ ରୁ କଏଦୀଙ୍କୁ ଅଣାଯାଇ ସପ୍ତାହରେ ଥରେ କବର ଖୋଲାଯାଏ l କିନ୍ତୁ ଏବେ ବାହାରୁ ଠିକାଦାର ନିୟୋଜିତ କରାଯାଇ ସପ୍ତାହରେ 5 ଦିନ ଧରି ସାମୁହିକ କବର ଖେଳାଯାଉଛି l ଏହି ପରି କରୁଣ ଚିତ୍ର ବୟାନ କରୁଛି ଯେ କରୋନା ଭାଇରସ୍ କିପରି ଭୟଙ୍କର ରୂପ ଧାରଣ କରିଛି ଆମେରିକାରେ l

Leave A Reply

Your email address will not be published.