ଓଡ଼ିଆ ନ୍ୟୁଜ୍: ପ୍ରସିଦ୍ଧ ଆମେରିକୀୟ ଗଲ୍ଫର ଟାଇଗର ଉଡ୍ସ ଗିରଫ। ଆମେରିକା ଫ୍ଲୋରିଡାରେ କାର୍ ଦୁର୍ଘଟଣା ପରେ ଗିରଫ। ନିଶାସକ୍ତ ଅବସ୍ଥାରେ କାର୍ ଚଳାଇବା ଅଭିଯୋଗରେ ଗିରଫ। ଆମେରିକା ଫ୍ଲୋରିଡାରେ କାର୍ ଦୁର୍ଘଟଣା ପରେ ଗିରଫ ହୋଇଛନ୍ତି ଟାଇଗର । ନିଶାସକ୍ତ ଅବସ୍ଥାରେ କାର୍ ଚଳାଇବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇ ଓଲଟି ପଡ଼ିଥିଲା ।
ମାର୍ଟିନ୍ କାଉଣ୍ଟି ସେରିଫ୍ ଜନ୍ ବୁଡେନସିକ୍ କହିଛନ୍ତି ଯେ ୫୦ ବର୍ଷୀୟ ଉଡ୍ସ ନିଶାଗ୍ରସ୍ତ ଥିବା ନଜର ଆସିଥିଲେ । ପରେ ବ୍ରେଥଆଲାଇଜର ପରୀକ୍ଷାରେ ସେ ମଦ୍ୟପାନ କରି ଗାଡି ଚଲାଉଥିବା ଧରାପଡିଥିଲେ । ହେଲେ ୟୁରିନ ପରୀକ୍ଷା ପାଇଁ କୁହାଯିବାରୁ ସେ ସଂଗେ ସଂଗେ ମନା କରିଦେଇଥିଲେ । ସେରିଫ୍ ଅଫିସ୍ ଦୁର୍ଘଟଣାର କାରଣ କିମ୍ବା ଉଡ୍ସଙ୍କ ଅବସ୍ଥା ବିଷୟରେ ତୁରନ୍ତ କୌଣସି ସୂଚନା ପ୍ରକାଶ କରିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । ଜଣେ କାଉଣ୍ଟି ସେରିଫ୍ ଅଧିକାରୀ ସନ୍ଧ୍ୟା ୫ଟା ETରେ ସାମ୍ବାଦିକଙ୍କ ସହ କଥା ହେବେ ।