ଓଡ଼ିଆ ନ୍ୟୁଜ୍: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ଗୁରୁବାର ଦିନ ଦକ୍ଷିଣପନ୍ଥୀ କର୍ମୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ହତ୍ୟା କରାଯାଇଛି । ତେବେ ଘଟଣା ପରେ ଆମେରିକାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏହାସହ ଅର୍ଦ୍ଧନିମିତ ରହିବ ପତାକା ।
ଚାର୍ଲି ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଚାର୍ଲି ର୍କିକ ହେଉଛନ୍ତି ୟୁଥ ଇନ ଆମେରୀକାର ସହପ୍ରତିଷ୍ଠାତା ଏବଂ ସିଇଓ । ୨୦୦ ମିଟର ଦୂର ଏକ ବିଲ୍ଡିଂରୁ ତାଙ୍କୁ ଗୁଳି କରାଯାଇଛି ।