ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ୟାନସର

0

ଓଡ଼ିଆ ନ୍ୟୁଜ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ୟାନସର । ବାଇଡେନ୍‌ଙ୍କ ପରିସ୍ରା ପରୀକ୍ଷା ପରେ ଆସିଲା କ୍ୟାନସର୍ ରିପୋର୍ଟ । ପ୍ରୋଷ୍ଟେଟ୍ କ୍ୟାନସର୍‌ରେ ବାଇଡେନ୍‌ ପୀଡ଼ିତ ଥିବା ସୂଚନା ମିଳିଛି । କ୍ୟାନସର୍‌ ବାଇଡେନ୍‌ଙ୍କ ହାଡ଼କୁ ବ୍ୟାପିଯାଇଥିବା ଅନୁମାନ । ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି । ଜାନୁଆରିରେ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ସର୍ବସାଧାରଣରେ ଖୁବ୍ କମ୍ ନଜର ଆସିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ବାଇଡେନଙ୍କ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.