ଭାରତ ପାଇଁ ଖୁସି ଖବର, ଭାରତୀୟ ବଂଶୋଦ୍ଭବ ହେଲେ ନାସାର ମୂନ ଟୁ ମାର୍ସ କାର୍ଯ୍ୟକ୍ରମର ମୁଖ୍ୟ

0

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସଫ୍ଟୱେର ଓ ରୋବୋଟିକ ଇଂଜିନିୟର ଅମିତ କ୍ଷତ୍ରୀୟ ହୋଇଛନ୍ତି ଆମେରିକାର ନାସାର ମୂନ ଟୁ ମାର୍ସ କାର୍ଯ୍ୟକ୍ରମର ମୁଖ୍ୟ । ନାସା ପକ୍ଷରୁ ଏହି କାର୍ଯକ୍ରମକୁ କିଛି ଦିନ ତଳେ ଆରମ୍ଭ କରାଯାଇଛି । ସେ ଶୀଘ୍ର ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।ନାସା ପକ୍ଷରୁ କୁହା ଯାଇଛି ଯେ ମାନବିକତାର ଭଲ କରିବାକୁ ଚନ୍ଦ୍ରମା ଓ ମଙ୍ଗଳକୁ ନେଇ ଅନ୍ବେଷଣ କାର୍ଯ୍ୟକ୍ରମକୁ ପୂରା କରିବା ଏହି ମିଶନର ଉଦ୍ଦେଶ୍ୟ ।

ନାସାର ପ୍ରଶାସକ ବିଲ ନେଲସନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମଙ୍ଗଳ ଗ୍ରହରେ ମାନବିକତାର ଆଗାମୀ ବଡ ଡିଆଁ ପାଇଁ ପ୍ରସ୍ତୁତି  ଜରୁରୀ କାର୍ଯ୍ୟ ଗୁଡିକୁ ସଫଳତାପୂର୍ବକ ପୂରା କରିବାରେ ସହାୟତା କରିବ । ଏହି କାର୍ଯକ୍ରମ ଚନ୍ଦ୍ରମା ପାଇଁ ଗୁରୁତ୍ୱପୂର୍ଣ ମିଶନ ପଠାଇବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି । ଏହା ସହିତ ମଙ୍ଗଳ ଗ୍ରହକୁ ପ୍ରଥମ ମନୁଷ୍ୟ ପଠାଇବା ପାଇଁ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଏହି ମିଶନ ସହାୟକ ହେବ ।

ଏହି ମିଶନ ସହ ଜଡିତ କାର୍ଯ୍ୟାଳୟ ପାଇଁ ହାର୍ଡୱେୟାର ବିକଶିତ କରିବା ଓ ରିସ୍କ ମ୍ୟାନେଜମେଂଟକୁ ନେଇ ମଧ୍ୟ କାମ କରିବ । ଏହି କାର୍ଯ୍ୟାଳୟ ମିଶନ ପାଇଁ ଯୋଜନା ତିଆରି କରିବା ସହ ବିଶ୍ଲେଷଣ ଯାଏ ସମସ୍ତ ଦାୟିତ୍ୱ ସମ୍ପାଦନ କରିବ । ଅମିତ କ୍ଷତ୍ରୀୟ ୨ ବର୍ଷ ତଳେ ନାସା ସହ ଯୋଡି ହୋଇଥିଲେ । ସେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଏଠାରେ ସଫ୍ଟୱେୟାର ଓ ରୋବୋଟିକ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମୁଖ୍ୟ କାର୍ଯ୍ୟ ଆନ୍ତର୍ଜାତିକ ମହାକାଶ ଷ୍ଟେସନର ରୋବୋଟିକ ଏସେମ୍ବଲ କରିବା ଥିଲା । ସେ ସ୍ପେସ ଷ୍ଟେସନ ଫ୍ଲାଇଟ ଡାଇରେକ୍ଟର ଭାବେ ମଧ୍ୟ କାମ କରିଛନ୍ତି। ଏହି ସମୟରେ ସେ ଆନ୍ତର୍ଜାତିକ ଆଷ୍ଟ୍ରୋନଟ ମାନଙ୍କର ଟିମର ଅପରେସନ ଓ ଫ୍ଲାଇଟ୍ସର ମଧ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.