ଏମିତି ଦଣ୍ଡ ଦେବୁ ପୂରା ବିଶ୍ବ ଦେଖିବ: ଅମିତ ଶାହ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିସ୍ଫୋରଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ବାର୍ତ୍ତା।ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବ କହିଲେ ଅମିତ ଶାହ।ଷଡ଼ଯନ୍ତ୍ରକାରୀଙ୍କୁ ଏମିତି ଦଣ୍ଡ ଦେବୁ ଯେ ପୂରା ବିଶ୍ବ ଦେଖିବ।ଭାରତରେ ଏଭଳି ଆକ୍ରମଣ କରିବାକୁ ଆଉ କେହି ସାହସ କରିବେନି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ମୋତି ଭାଇ ଚୌଧୁରୀ ସାଗର ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଦିଲ୍ଲୀ କାର ବିସ୍ଫୋରଣର ଦୋଷୀମାନଙ୍କୁ ଦିଆଯାଇଥିବା ଦଣ୍ଡ ବିଶ୍ୱକୁ ଏକ ବାର୍ତ୍ତା ଦେବ ଯେ ଭବିଷ୍ୟତରେ କେହି ଆମ ଦେଶରେ ଏପରି ଆକ୍ରମଣ କରିବା କଥା ଚିନ୍ତା ମଧ୍ୟ କରିବେ ନାହିଁ।

୧୦ ନଭେମ୍ବର ସନ୍ଧ୍ୟା ୬:୫୨ ସମୟରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ବିସ୍ଫୋରଣର ପ୍ରଭାବ ଏତେ ତୀବ୍ର ଥିଲା ଯେ ଅନେକ ଯାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ବିକୃତ ଶରୀର ଏବଂ ବିଛାଡ଼ି ହୋଇଥିବା ଭଗ୍ନାବଶେଷ ଦେଖାଯାଇଥିଲା।

Leave A Reply

Your email address will not be published.