ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହା

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଦୁଇ ଦିନିଆ ଓଡିଶା ଗସ୍ତରେ ଅସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ଶନିବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ୟ୍ୟକ୍ରମରେ ଯୋଗ ଦେବେ ଅମିତ ଶାହ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ ପର୍ୟ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ।

ଏହା ପରେ ଦଳୀୟ ବୈଠକ ଅନୁଷ୍ଠିତ ହେବ। ଦଳୀୟ ବୈଠକ ଶେଷ ପରେ ବିଜେପି ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ କରିବେ ଶାହ। ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିବେ। ସଂନ୍ଧ୍ୟା ୬ଟାରେ ଅମିତ ଶାହ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ବି ଦଳୀୟ କର୍ମୀଙ୍କ ସହ ବୈଠକ କରିବାର କାର୍ୟ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ ସହ ପ୍ରତ୍ୟାବର୍ତ୍ତନ କରିବେ। ୨୪ ନିର୍ବାଚନ ପାଖେଇ ଆସୁଥିବାରୁ ଅମିତ ଶାହାଙ୍କ ଗସ୍ତ ବିଷୟରେ ଚାରିଆଡେ ଚର୍ଚ୍ଚା ହେଉଛି । ଦଳୀୟ କର୍ମୀମାନଙ୍କୁ ସେ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି ।

Leave A Reply

Your email address will not be published.