ଓଡ଼ିଆ ନ୍ୟୁଜ୍: ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି। ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି।ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ।ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ।୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି।ଓଡ଼ିଶାରେ ବି ଗ୍ରାମୀଣଙ୍କ ଜନଜୀବନକୁ ସମୃଦ୍ଧ କରାଯିବ। ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବି ସ୍ଥାନ ପାଇବ।
ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରିଥିଲେ ଅମିତ ଶାହ । ମୁଁ ଯେଉଁ ସହରରୁ ଆସିଛି ସେହି ସହର ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ହୁଏ । ୨୪ ସାଧାରଣ ନିର୍ବାଚନ ପରେ ମୁଁ ପ୍ରଥମ ଥର ପାଇଁ ଓଡ଼ିଶାରେ ସାର୍ବଜନୀକ କାର୍ଯ୍ୟକ୍ରମରେ ଆସିଛି । ଓଡ଼ିଶାକୁ ଲମ୍ବା ସମୟରେ ଅନ୍ୟ ଦଳରୁ ମୁକ୍ତ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ । ଆଗକୁ ବିକଶିତ ଭାରତରେ ଓଡ଼ିଶା ଆଗରେ ରହିବ । ଦୁର୍ଭାଗ୍ୟର କଥା ଏହାର ଭୂମି ତଳେ ଅନେକ ସମ୍ପଦ ରହିଛି । ହେଲେ ମଧ୍ୟ ଏହାର ଜନତା ଗରିବ ଥିଲେ । ପୂର୍ବରୁ ଏହାର ସମୂଦ୍ର ତଟର ବିକାଶ ପାଇଁ କାମ ହେଲା ନାହିଁ । ୨୪ ନିର୍ବାଚନରେ ଆପଣମାନେ ବହୁମତ ସହ ବିଜେପି ସରକାରକୁ ଆଣିଲେ । ଆଜି ଏ ସରକାର ଓଡ଼ିଶାକୁ ଆଗକୁ ନେଉଛି । ରାଜ୍ୟର ସବୁ ସୁଯୋଗକୁ ନେଇ ଆଗକୁ ବଢୁଛି । ଜନଜାତିରୁ ନେଇ ହସ୍ତତନ୍ତ ପର୍ଯ୍ୟନ୍ତ ଏବେ ବିକାଶ ହେବ । ଆଜି ସନ୍ଧ୍ୟାରେ ଓଡ଼ିଶାର ନୂଆ ସରକାର ନୀତି ଘୋଷଣା ହେବ ।