ଓଡ଼ିଶା ଆସୁଛନ୍ତି ଅମିତ ଶାହା

0

ଓଡ଼ିଆ ନ୍ୟୁଜ୍: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।୨ ଦିନିଆ ଗସ୍ତରେ କଟକ ଓ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ଅମିତ ଶାହା। କାଲି କଟକ ମୁଣ୍ଡଳୀରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ।

ସୂଚନା ଅନୁଯାୟୀ ଅମିତ ଶାହ ଆଜି ସଂଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଁଚିବେ । ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳି ସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ( ସିଏଫଏସଏଲ), ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସ, ଭୁବନେଶ୍ୱରର ଶୁଭ ଉଦ୍ଘାଟନ କରିବେ। ସେଦିନ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେବିଭିନ୍ନ ବିଭାଗ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦାନ ଗସ୍ତକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡୁଳି ରାସ୍ତାର ବ୍ଲାକ୍ ଟପିଂ ସହିତ ଆଲୋକୀକରଣ, ପରିସ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯାଇଛି ।

Leave A Reply

Your email address will not be published.