ସବୁ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଚିଠି
ଓଡ଼ିଆ ନ୍ୟୁଜ୍: ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ,ଆବଶ୍ୟକସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରୁହ । ଯୁଦ୍ଧ ସ୍ଥିତିକୁ ନଜଜରେ ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସିଭିଲ୍ ଡିଫେନ୍ସ ଅନୁସାରେ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ । ଅନ୍ୟପଟେ ଭାରତ-ପାକ ଯୁଦ୍ଧ ଭିତରେ ଓଡ଼ିଶାରେ ମଧ୍ୟ ହାଇଆଲର୍ଟ ।
ଭୁବନେଶ୍ବର ବିମାନବନ୍ଦରରେ କଡ଼ା ସୁରକ୍ଷା,ଏହା ସହ ଚାନ୍ଦିପୁରରେ ମଧ୍ୟ ହାଇଆର୍ଲଟ ।ପୁରୀ ଏବଂ ହୀରାକୁଦରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି । ରାଜ୍ୟର ବିଭିନ୍ନ ଗୁରୁତ୍ବପୂ୍ର୍ଣ ସ୍ଥାନଗୁଡିକୁ ଏବେ ସୁରକ୍ଷା ବଳୟରେ ରଖାଯାଇଛି । ଶ୍ରତ୍ରୁ ପକ୍ଷରୁ ପ୍ରତିଟି ଆକ୍ରମଣାତ୍ମକ ପଦକ୍ଷେପକୁ ଯେପରି ପ୍ରତିହତ କରିହେବ ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ଅଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଏନେଇ କହିଛନ୍ତି ।