ଦିଲ୍ଲୀ ଅଭିମୁଖେ ବାହାରିଲା ଅମୃତ କଳସ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଦିଲ୍ଲୀ ଅଭିମୁଖେ ବାହାରିଲା ମୋ ମାଟି ମୋ ଦେଶ ଅଭିୟାନରେ ସାମିଲ ଥିବା ସ୍ବତନ୍ତ୍ର ଟ୍ରେନ। ଭୁବନେଶ୍ବର ଷ୍ଟେସନରେ ଏହାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ରେନ ଦିଲ୍ଲୀରେ ପହଞ୍ଚିବା ପରେ ବିଭିନ୍ନ ଗାଁରୁ ସଂଗ୍ରହ ହୋଇଥିବା ବୀରମାନଙ୍କ ଜନ୍ମଭୂମିର ମାଟିକୁ ଦିଲ୍ଲୀର ଅମୃତ ବାଟିକାରେ ରଖାଯିବ । ରବିବାର ଅପରାହ୍ନ 2ଟା 30ରେ ଏହି ଟ୍ରେନ ଦିଲ୍ଲୀରେ ପହଞ୍ଚିବ ।

ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ୧୪୦୦ ପ୍ରତିନିଧିମାନଙ୍କୁ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଦିଲ୍ଲୀ ପଠାଗଲା। ଏମାନେ ଦିଲ୍ଲୀ ଯାଇ ଓଡ଼ିଶାର ଭାବାବେଗ ଏବଂ ଅସ୍ମିତା, ଓଡ଼ିଆତ୍ୱକୁ କର୍ତ୍ତବ୍ୟ ପଥରେ ସମାହିତ କରିବେ। ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଦେଶରେ ଏକ ନୂଆ ଜାଗରଣ ଏବଂ ଚେତନା ତିଆରି ହେଲା। ରାଷ୍ଟ୍ରୀୟ ଏକତା, ଦେଶ ପ୍ରେମ, ଭାତୃତ୍ବ ଭାବ ତିଆରି ହେଲା। କୃତଜ୍ଞ ଦେଶ ସ୍ୱତନ୍ତ୍ରତା ପୂର୍ବର ଅନେକ ସଂଗ୍ରାମୀମାନଙ୍କୁ ଏବଂ ସ୍ୱତନ୍ତ୍ରତା ପରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ସୈନିକ ବଳ ଏବଂ ଅର୍ଦ୍ଧ ସୈନିକ ବଳର ଅନେକ ସହିଦମାନଙ୍କୁ ଆଜି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଗଲା। ଆଜି ଆମ ଓଡ଼ିଶାର ପାଖାପାଖି ୧୩ ହଜାର ୨୫୦ ଗାଁରୁ, ପ୍ରତ୍ୟକ୍ଷ ଭାବେ ଓଡ଼ିଶାର ସବୁ ମହାପୁରୁଷ ମାନଙ୍କର ଜନ୍ମସ୍ଥାନରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଗଲା।

ଆଗାମୀ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଦିନ କର୍ତ୍ତବ୍ୟ ପଥରେ ଏହାକୁ ସ୍ଥାପିତ କରାଯିବ। ଦେଶର ୭୫୦୦ ବ୍ଲକରୁ ଆସିଥିବା ମାଟିକୁ ପ୍ରଧାନମନ୍ତ୍ରୀଙ୍କୁ ଅର୍ପଣ କରାଯିବ। ଅମୃତ ବାଟିକା ତିଆରି କରାଯିବ। ଅମୃତ ମହୋତ୍ସବର ୨ ବର୍ଷବ୍ୟାପି ଲୋକ ଉତ୍ସବର ସମାପନ ମଧ୍ୟ ହେବ। ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ ସାମିଲ ହେଲେ। ଓଡ଼ିଶାରୁ ୧୪୦୦ ପ୍ରତିନିଧିମାନଙ୍କୁ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ଦିଲ୍ଲୀ ପଠାଗଲା। ଏମାନେ ଦିଲ୍ଲୀ ଯାଇ ଓଡ଼ିଶାର ଭାବାବେଗ ଏବଂ ଅସ୍ମିତା, ଓଡ଼ିଆତ୍ୱକୁ କର୍ତ୍ତବ୍ୟ ପଥରେ ସମାହିତ କରିବେ। ପ୍ରଧାନମନ୍ତ୍ରୀଙ୍କ ମାଧ୍ୟମରେ ବୀରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପିତ କରିବେ।

Leave A Reply

Your email address will not be published.