ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମେରୀ ମାଟି ମେରା ଦେଶ ହେଉଛି ଏକ ଅଭିଯାନ ଯାହା ଅଗଷ୍ଟ 9, 2023 ରେ ଆରମ୍ଭ ହୋଇଥିଲା, ‘ଆଜାତି କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ। ଏହା ଭାରତ ପାଇଁ ଚରମ ବଳିଦାନ ଦେଇଥିବା ସାହସୀ ବ୍ୟକ୍ତିବିଶେଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଭାବରେ କାର୍ଯ୍ୟ କରେ | ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ‘ମୋ ମୋଟି ମୋ ଦେଶ’ ଅଭିଯାନର ଅମୃତ କଳର ଯାତ୍ରାର ସମାପନ ହୋଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି । ଦେଶର କୋଣ ଅନୁକୋଣରୁ ଆସିଥିବା ମାଟିକୁ ମଥାରେ ତିଲକ କରି ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି କର୍ତ୍ତବ୍ୟପଥ ଏକ ଐତିହାସିକ ମହାଯଜ୍ଞର ସାକ୍ଷୀ ହେବାକୁ ଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ଜନଭାଗିଦାରୀର ନୂଆ ଇତାହାସ ସୃଷ୍ଟ କରିଛି । ଏହି ମାଟି ଆମକୁ ସୁରକ୍ଷା ଦେଇ ଆସୁଛି । ସମସ୍ର ଦେଶରୁ ଆସିଥିବା ଏହି ମାଟିରେ ଅଗଣିତ ଆକାଂକ୍ଷା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ କଳସ ଯାତ୍ରାର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଏହି ମହା ଉତ୍ସବ ଶେଷ ହେଉଛି ।
ଦେଶର ପ୍ରତି ଅଗଣାରୁ ଯେଉଁ ମାଟି ଆସି ଏଠାରେ ପହଞ୍ଚିଛି ତାହା ଆମକୁ କର୍ତ୍ତବ୍ୟ ଭାବନାରେ ବିକଶିତ ଭାରତର ନିଜ ସଂକଳ୍ପରୁ ସିଦ୍ଧି ନିମନ୍ତେ ପ୍ରେରଣା ଯୋଗାଉଛି । ଏଥିରେ ଦେଶର ଅଗଣିତ ଆକଂକ୍ଷା ଓ ସଂକଳ୍ପ ସାମିଲ ରହିଛି । ତେଣୁ ଭାରତକୁ ଭବ୍ୟ ବନାଇବାକୁ ଆମକୁ ସଂକଳ୍ପ ନେବାକୁ ହେବ । ଯେଉଁ ଅମୃତ ବାଟିକାର ଶିଳାନ୍ୟାସ ହୋଇଛି ତାହା ଆଗମୀ ପିଢ଼ିକୁ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରେରଣା ଦେବ ।”