ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ହୀରାକୁଦରେ ଗଲା ଅଗର ମେସିନ । ଟନେଲ ଖନନ ପାଇଁ ସମ୍ବଲପୁର ହୀରକୁଦରୁ ଗୋଟିଏ ସ୍ବତନ୍ତ୍ର ଅଗର ମେସିନ ଉତ୍ତରାଖଣ୍ଡକୁ ପଠାଯାଇଛି । ମେସିନକୁ ପ୍ରଥମେ ହୀରାକୁଦରୁ ଟ୍ରେନ ଯୋଗେ ଛତିଶଗଡ ରାଜ୍ୟ ରାୟପୁରକୁ ନିଆଯାଇଥିଲା । ସେଠାରୁ ଟ୍ରଲର ସାହାଯ୍ୟରେ ମଧ୍ୟପ୍ରଦେଶ ଗ୍ବାଲିୟର ଦେଇ ଉତ୍ତରାଖଣ୍ଡ ଟନେଲ ନିକଟକୁ ପହଞ୍ଚା ଯାଇଥିବା ସୂଚନା ମିଳିଛି । ଟନେଲ ଭିତରୁ ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ଖନନ କାର୍ଯ୍ୟରେ ହୀରାକୁଦର ଏହି ମେସିନ ବ୍ୟବହାର କରାଯିବ ।
ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି । ଏହାର ଓଜନ ହେଉଛି ୩୮୦ ଟନ । ତେଣୁ ଭାଗ ଭାଗ କରି ନିଆଯାଇଛି । ଉତ୍ତରକାଶୀରେ ପୁଣି ଆସେମ୍ବଲ୍ କରି କାମରେ ଲଗାଯିବ ।ଆଜି ଉଦ୍ଧାର ହୋଇପାରନ୍ତି ଉତ୍ତରାକାଶୀ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ପ୍ରାୟ ୪୭ ମିଟର ଖୋଳା ଗଲାଣି । ଗତକାଲି ଡ୍ରିଲିଂ ମେସିନ ଖରାପ ହୋଇଯିବାରୁ କାମ ବନ୍ଦ ଥିଲା । ଆଜି ତାକୁ ସଜଡ଼ା ଯାଇଛି । କିଛି ସମୟ ପରେ ପୁଣି ଆରମ୍ଭ କରାଯିବ ଡ୍ରିଲିଂ । ଆଶା କରାଯାଉଛି, ଆଜି ହିଁ ଶ୍ରମିକମାନେ ଟନେଲ ଭିତରୁ ବାହାରିବେ । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।
ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ ।ସୂଚନା ଅନୁଯାୟୀ, ହୀରକୁଦ ଯାଇଥିବା ଏହି ଅଗର ମେସିନଟି ଗୋଟିଏ ଘରୋଇ ସଂସ୍ଥାର । ଯାହାକି ହୀରାକୁଦ ସ୍ଥିତ ହିଣ୍ଡଲକୋ କମ୍ପାନୀରେ କାମ କରୁଥିଲା । ଏହି ମେସିନ ହୀରାକୁଦରେ ଥିବା ଜଣାପଡିବା ପରେ ଉକ୍ତ ସଂସ୍ଥାର ମାଲିକଙ୍କୁ ଯୋଗାଯୋଗ କରି ମେସିନକୁ ଉତ୍ତରକାଶୀ ପଠାଯାଇଛି । ତେବେ ମେସିନଟି ବହୁତ ବଡ଼ ହୋଇଥିବାରୁ ଏହାକୁ ଭାଗ ଭାଗ କରି ମାଲବାହୀ ଟ୍ରେନରେ ନିଆଯାଇଛି । ମେସିନ ଉତ୍ତରାଖଣ୍ଡରେ ପହଞ୍ଚିବା ପର୍ଯ୍ୟନ୍ତ କେନ୍ଦ୍ରର ସ୍ଵରାଷ୍ଟ୍ର, ରେଳ ଓ NHAI ମନ୍ତ୍ରଣାଳୟ ଏହାର ତଦାରଖ କରିଥିଲା ।