ରାଇରଙ୍ଗପୁର ଜିଲ୍ଲା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ତରଫରୁ ଆମର ଦାବୀ ରାଇରଙ୍ଗପୁର ଜିଲ୍ଲା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ | ନିକଟରେ ପଦ୍ମପୁର ଜିଲ୍ଲା ଘୋଷଣାକୁ ସବୁଜ ସଂକେତ ଦିଆଯାଇଥିବାରୁ ରାଇରଙ୍ଗପୁର କୁ ନୂତନ ଜିଲ୍ଲା ଗଠନ ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ଦୀର୍ଘ ଦିନରୁ କରି ଆସୁଛନ୍ତି | ଏଥିପାଇଁ ବିଗତ ଦିନରେ ରେଳ ରୋକ ଓ ରାଇରଙ୍ଗପୁର ବନ୍ଦ ହୋଇଯାଇଛି |

ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ସହରସ୍ତ ପିସିଏମ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ଆନୁକୂଲ୍ୟରେ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତୀ, ବରିଷ୍ଠ ନେତା ମନୋରଂଜନ ମହାନ୍ତି, ସଂଜୀବ ମହାନ୍ତି, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ବିଜୁ ଶକ୍ତି ଯୋଜନା ଉପଦେଷ୍ଟା ଦୀପ୍ତିମାନ ବଳ, ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଓ ବରିଷ୍ଠ ଆଇନଜିବୀ ରସାନନ୍ଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ |

ମଞ୍ଚାସୀନ ଅତିଥିଗଣ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଦେବା ସହ କରଂଜିଆ ସହିତ କୌଣସି ବାଦବିବାଦ ନାହିଁ ବୋଲି ମତବ୍ୟକ୍ତ କରିଥିଲେ | କରଂଜିଆବାସୀ ଚାହିଁଲେ ଏହା ସହିତ ମିଶି ପାରନ୍ତି ଅବା ସେମାନେ ନୂତନ ଜିଲ୍ଲା କରନ୍ତୁ , ସେଥିରେ ରାଇରଙ୍ଗପୁରବାସୀଙ୍କର କିଛି କହିବାର ନାହିଁ | ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ହେଲେ ଅଞ୍ଚଳବାସୀ ଉପୋକୃତ ହେବା ସହିତ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରେ ପଛୁଆ ପଡିରହିଥିବାରୁ ତାହାର ଉନ୍ନତି ସାଧିତ ହେବ | ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ହେଲେ ଶିକ୍ଷାର ମାନଦଣ୍ଡ ସଦୃଢ ହେବ, ରାଇରଙ୍ଗପୁର ଡାକ୍ତରଖାନାର ସମସ୍ୟା ଦୂରିଭୂତ ହେବା ସହିତ ଗମନାଗମନ କହିଲେ ଏଠାରେ ଯୋଗାଯୋଗ ମାଧ୍ୟମ ଟ୍ରେନ ବାଦାମପାହାଡ ରୁ କେନ୍ଦୁଝର ଓ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ରେଳପଥର ବିକାଶ ହେବ |

ଆଗାମୀ ଦିନରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀର ସଦସ୍ୟଗଣ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ଦାବୀକୁ ଅଧିକ ବଳିଷ୍ଠ କରିବେ ବୋଲି ଜିଲ୍ଲାକ୍ରିୟାନୁଷ୍ଠାନ କମିଟୀ ମତବ୍ୟକ୍ତ କରିଥିଲେ | ଏହି ବୈଠକରେ ବିଜୁ ମହିଳା ମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ସମାଜସେବୀ ଗୋପାଳ ବେଶ୍ରା, ଅଶୋକ ରାଉତ, ବରିଷ୍ଠ ନେତା ପାର୍ଥ ସାରଥୀ କବି, ଇଶାନ ମିଶ୍ର, ରାମଚନ୍ଦ୍ର ହାଁସଦାଃ, ବ୍ୟବସାୟୀ ଅରବିନ୍ଦ ବାଗାଡିଆ, ମୁଚିରାମ ମାଝୀ, ଶାଶ୍ବତ ବଳ, ସୁବାଷ ମଣ୍ଡଳ, ଅଧ୍ୟାପକ ବିଜୟ ରାମ, କାଳୀ ପ୍ରସନ୍ନ ମହାନ୍ତି, କିଶୋର ରଜକ, ରାଇସେନ ମୁର୍ମୁ ଏବଂ ରାଇରଙ୍ଗପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୃଦ୍ଧିଜୀବୀ, ସାମ୍ବାଦିକବୃନ୍ଦ , ସମସ୍ତ ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଦସ୍ୟ, ଓଡିଶା ଡ୍ରାଇଭର ସଂଘ ତଥା ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀର ସମସ୍ତ ସଦସ୍ୟଗଣ ଯୋଗ ଦେଇଥିଲେ |

Leave A Reply

Your email address will not be published.