ସମ୍ବଲପୁରୀ ଶାଢ଼ି ପିନ୍ଧି ଇଂଲଣ୍ଡରେ ମାରାଥନ ଦୌଡିଲେ ଓଡ଼ିଆ ଝିଅ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶାଢ଼ି ପିନ୍ଧି ମାରାଥନ ଦୌଡ଼ିଲେ ଓଡ଼ିଆ ଝିଅ ମଧୁସ୍ମିତା ସ୍ୱାଇଁ ।  ବାର୍ତ୍ତମାନ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ଇଂଲଣ୍ଡରା ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢ଼ିକୁ ନେଇ ଚର୍ଚ୍ଚା। ଓଡ଼ିଆ ଝିଅ ୪୩ ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ବେଳେ ସମ୍ବଲପୁରୀ ଶାଢ଼ି ପିନ୍ଧି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୌଡ଼ିଥିଲେ।

୪୨ କିଲୋମିଟରର ଦୂରତାକୁ ସେ ଘଣ୍ଟାପ୍ରତି ୮.୬୮ କିଲୋମିଟର ବେଗରେ ଦୌଡ଼ିଥିଲା ବେଳେ ୪ ଘଣ୍ଟା ୫୦.୨୭ ସେକେଣ୍ଡ ସମୟ ନେଇ ଏହାକୁ ଶେଷ କରିଥିଲେ। ୧୮,୫୭୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମଧୁସ୍ମିତା କିନ୍ତୁ ୧୪,୫୮୫ ସ୍ଥାନରେ ରହିଥିଲେ। ତେବେ ଏହି ଶାଢ଼ି ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଥିଲେ ।

ମଧୁସ୍ମିତାଙ୍କ କହିବାନୁସାରେ, ତାଙ୍କୁ ପିଲାବେଳୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଭଲପାଇବା ରହିଆସିଛି। ପିଲାଦିନେ ସେ ଯେତେବେଳେ ଭାରତକୁ ଆସୁଥିଲେ ସେତେବେଳେ ଓଡ଼ିଶୀ ଶିଖୁଥିଲେ। ତାଙ୍କୁ ସବୁବେଳେ ଶାଢ଼ି ପିନ୍ଧିବାକୁ ଭଲ ଲାଗେ। କିନ୍ତୁ ମାଞ୍ଚେଷ୍ଟରରେ ଶାଢ଼ି ପିନ୍ଧିବା ଅବସର ଖୁବ୍‌ କମ୍‌ ମିଳେ। କିନ୍ତୁ ବହୁତ ଦିନରୁ ମାରାଥନ୍‌ରେ ଶାଢ଼ି ପିନ୍ଧିବାକୁ ଆଗ୍ରହ ରହିଥିଲା। ତେଣୁ ଏ ବିଷୟରେ ଯେତେବେଳେ ମା’ ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲି, ସେତେବେଳେ ସମ୍ବଲପୁରୀ ଶାଢ଼ି ପିନ୍ଧିବାକୁ ନିଷ୍ପତ୍ତି ନିଆଯାଇଥିଲା। କାରଣ ମାରାଥନ୍‌ରେ ଶାଢ଼ି ପିନ୍ଧି ଦୌଡ଼ିବା ସମ୍ଭବ ହେବ ନାହିଁ ବୋଲି କିଛି ବନ୍ଧୁ କହିଥିଲେ। କିନ୍ତୁ କିଛି ବି ପରିଧାନ କରି ମାରାଥନ୍‌ରେ ଅଂଶଗ୍ରହଣ କରିହେବ ବୋଲି ସେମାନଙ୍କୁ କହିଥିଲି।

ତେଣୁ ମା’ଙ୍କ ବିବାହ ବେଳର ପ୍ରଥମ ସମ୍ବଲପୁରୀ ଶାଢ଼ି ଯାହାକୁ କି ସେ ୪୫ ବର୍ଷ ପୂର୍ବେ ପିନ୍ଧିଥିଲେ, ତାହାକୁ ଏହି ମାରାଥନ୍‌ରେ ସେ ପିନ୍ଧିଥିଲେ। ଏହାଦ୍ବାରା ମାଞ୍ଚେଷ୍ଟରରେ ଓଡ଼ିଆ କଳା ଓ ସଂସ୍କୃତିର ମଧ୍ୟ ପ୍ରଚାର ହୋଇପାରିଥିବା ମଧୁସ୍ମିତା କହିଛନ୍ତି।

 

 

 

Leave A Reply

Your email address will not be published.