ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉଗ୍ରତାରା ପୀଠରେ ଓ୍ବ।ର୍ଡ ସଭ୍ୟ ମାନଙ୍କ ଜରୁରୀ ବୈଠକ ଅନୁଷ୍ଠିତ। ରାଜ୍ୟରେ ସମସ୍ତ ନିର୍ବାଚିତ ସାସଂଦ,ବିଧାୟକ, ସରପଞ୍ଚ, ସମିତିସଭ୍ୟ ମାନଙ୍କ ଦରମା ବୃଦ୍ଧି ହୋଇଥିଲା ବେଳେ ନିର୍ବାଚିତ ଓ୍ବ।ର୍ଡ ସଭ୍ୟ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ହୋଇନାହିଁ |
ଯାହାକୁ ନେଇ ଓ୍ବ।ର୍ଡ ସଭ୍ୟ ମାନେ ଏକାଠି ହେବାରେ ଲାଗିଛନ୍ତି।ଆଜି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକର ୨୦ଗୋଟି ଗ୍ରାମପଞ୍ଚାୟତ ର ଓ୍ବ।ର୍ଡ ସଭ୍ୟ ଓ ସଭ୍ୟା ମାନଙ୍କୁ ନେଇ ଏକ ଜରୁରୀ ବୈଠକ ମା ଉଗ୍ରତାରା ପୀଠରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଶତାଧିକ ସଭ୍ୟ ସଭ୍ୟା ମାନେ ଯୋଗଦାନ କରିଥିଲେ।
ଡିଆ ଗ୍ରାମପଞ୍ଚାୟତ ୭ନମ୍ବର ଓ୍ବ।ର୍ଡ ସଭ୍ୟା ସଂଯୁକ୍ତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି।ଓ୍ବ।ର୍ଡ ସଭ୍ୟ ମାନଙ୍କ ଦାବି ଟାଗିଂ ବିଡିଓଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ।ଆଗାମୀ ଦିନରେ ଓ୍ବ।ର୍ଡ ସଭ୍ୟ ମାନେ ସେମାନଙ୍କ ୫ଦଫା ଦାବିକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ।