ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ମହାପରାୟଣ ଗାଡି ଥାଇ ଲୋକଙ୍କୁ ମିଳୁନି ସେବା | ସମାଜ ସେବୀ ନିଜ ବୋଲର ଗାଡି ରେ ବୋହି ନେଲେ ମୃତଦେହ | ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ମହାପରାୟଣ ଗାଡି ଥାଇ ଲୋକ ଙ୍କୁ ମିଳୁନି ସେବା | ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ମୃତଦେହ ଘରକୁ ନେବାପାଇଁ ମହାପରାୟଣ ଗାଡି ଥାଇ ଶବ କୁ ନେଲାନି ମହାପରାୟଣ ଗାଡି |
ଶେଷରେ ଜଣେ ସ୍ବେଛାସେବୀ ନିଜ ଗାଡ଼ିରେ ମୃତଦେହ ନେଇ ଘରେ ପହଞ୍ଚାଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଏଭଳି ଘଟଣା କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ପୁରୁଷୋତ୍ତମ ମହାରଣା (୭୦)ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତୀ କରାଯାଇଥିଲା | ଗତକାଲି ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ପାଖରେ ଥିବା ନାତି ଗୌରାଙ୍ଗ ମହାରଣା ମୃତଦେହ ଘରକୁ ନେବାପାଇଁ ସବୁବୁହା ଗାଡି ଯୋଗାଇଦେବାକୁ ଡାକ୍ତରଖାନା କତୃପକ୍ଷଙ୍କୁ ଜଣାଇଥିଲେ |
କେହି ତାଙ୍କ କଥା ଶୁଣିନଥିଲେ ନିକଟରେ ଡିଏମଏଫ ର ସବାବୁହା ଗାଡି ଥୁଆ ହେଇଥିଲେ ମଧ୍ୟ ଡ୍ରାଇଭର ନଆସିବାରୁ ମୃତଦେହ ନିଆଯାଇପାରି ନଥିବା ଅଭିଯୋଗ ହୋଇଛି | ଖବର ପାଇ ସମାଜସେବୀ ଧର୍ମେନ୍ଦ୍ର ମଲିକ ୧୧ ଟା ବେଳେ ଡାକ୍ତରଖାନା ପହଞ୍ଚି ନିଜ ବୋଲେରୋରେ ମୃତଦେହ ନେଇ ଘରେ ପହଞ୍ଚାଇଥିଲେ | ଏନେଇ ହସ୍ପିଟାଲ ମ୍ୟାନେଜର ଅବିନାଶ ଧଳ କହିଛନ୍ତି, ସନ୍ଧ୍ୟା ପରେ ଶବବୁହା ଗାଡିର ଡ୍ରାଇଭର ଗାଡି ଚଳାଇବାକୁ ମନା କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି | ଏନେଇ କତୃପକ୍ଷଙ୍କୁ ଅବଗତ କରାଯାଇ ବିକଳ୍ପ ବ୍ୟବସ୍ତା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।