ଆଉ ମାତ୍ର ୫ ମିଟରରେ ୪୧ ଜୀବନ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଆଉ ମାତ୍ର ୫ ମିଟରରେ ୪୧ ଜୀବନ। ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ବାକି ଅଛି ଆଉ ମାତ୍ର ୫ ମିଟର। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ସହ ଏ ନେଇ ସୂଚନା ଦେଇଛନ୍ତି। ଗତକାଲି ଠାରୁ ହାତରେ ଟନେଲ ଖୋଳା ଚାଲିଛି।

ଆଉ ମାତ୍ର 2ରୁ 3 ମିଟର ଖୋଳିବାକୁ ବାକି ରହିଥିବା ବେଳେ ଆଜି ଖୁସି ଖବର ମିଳିପାରେ । ଏଭଳି ବୟାନ ଜାରି କରିଛନ୍ତି ବିଦେଶରୁ ଆସିଥିବା ମାଇକ୍ରୋ ଟନେଲିଂ ଏକ୍ସପର୍ଟ କ୍ରିସ୍ କୁପର । ତେବେ ବିଶେଷଜ୍ଞଙ୍କ ଏହି ବୟାନ ପରେ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି ।ଉତ୍ତରକାଶୀ ଟନେଲ ଟ୍ରାଜେଡି ଘଟଣାକୁ 17 ଦିନ ପୁରିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା 41 ଜଣ ଶ୍ରମିକ ଆଜି ଦେଖିପାରନ୍ତି ଆଲୋକ । ବାରମ୍ବାର ଅଗର ମେସିନ ଖରାପ ହେବା ପରେ ଏବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ରାଟ୍ ହୋଲ୍ ମାଇନିଂ ଟିମ୍ । ଏହି ଟିମ୍ ମାନୁଆଲ ଡ୍ରିଲିଂ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହୋଇପାରେ ।

ଟନେଲ ନିକଟରେ ଧାଡି ଧାଡି କରି ୪୧ଟି ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି। ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର କରାଯାଇଛି। ହସ୍ପିଟାଲରେ ମଧ୍ୟ ୪୧ଟି ଅମ୍ଳଜାନଯୁକ୍ତ ବେଡ ବ୍ୟବସ୍ଥା ରହିଛି।

Leave A Reply

Your email address will not be published.