ପାଣି ପାଇଁ ହଟହଟା ହେଉଛନ୍ତି ଅଙ୍ଗନବାଡି ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଣି ପାଇଁ ହଟହଟା ହେଉଛନ୍ତି ଅଙ୍ଗନବାଡି ଛାତ୍ରଛାତ୍ରୀ | ଛାତ ଉପରେ ବସିଛି ଟାଙ୍କି, ଟ୍ୟାପ ବି ଲାଗିଛି, ପାଇପ କନେକ୍ସନ୍ ବି ହୋଇଛି। ହେଲେ ପାଣି ନାହିଁ। ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଘଷିପୁରା ବ୍ଲକ ଓସ୍ତପୁରା ଅଙ୍ଗନବାଡ଼ି କେନ୍ଦ୍ରରେ।

ସରକାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରେ ପାନୀୟଜଳ ର ବ୍ୟବସ୍ତା କରିଥିବା ବେଳେ ଏ କେନ୍ଦ୍ରଟି ସେଥିରୁ ବଞ୍ଚିତ ହୋଇଛି। ୧୯୯୭ ମସିହାରୁ ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଥିବା ବେଳେ ଗତ ୭ବର୍ଷ ତଳେ ଗୃହ ନିର୍ମାଣ କରଯାଇଥିଲା। ଘର ଛାତ ଉପରେ ଟାଙ୍କି ବସାଜାଇଛି, ପାଇପ କନେକ୍ସନ୍ ବି ହୋଇଛି, ଟ୍ୟାପ ବି ଲାଗିଛି ହେଲେ ପାଣି ନାହିଁ।

ପାଣି ପାଇଁ ଅଙ୍ଗନବାଡିର ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ହେଲପର ଜଣକ ବହୁ ଦୂରରୁ ପାଣି ଆଣି ରୋଷେଇ କରୁଛନ୍ତି। ଛାତ୍ରଛାତ୍ରୀ ମାନେ ଶୌଚ ପାଇଁ ପାଇଖାନା କୁ ଯାଇ ପାରୁ ନାହାନ୍ତି। ବାରମ୍ଵାର ଜଣାଇଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.