ଓଡ଼ିଆ ନ୍ୟୁଜ୍: ଅଟୋ ଉପରେ ମାଡ଼ିଗଲା କାର୍; ୩ ମୃତ।ସଦର ଥାନା ଖଣ୍ଡହତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।ସ୍ବାମୀ, ସ୍ତ୍ରୀ ସମେତ ଅଟୋ ଚାଳକ ମୃତ; ଆଉ ୨ ଗୁରୁତର।ଅଟୋଟି ପାଣିକାଦୁଅରେ ପୋତି ହୋଇଯାଇଛି; ଉପରେ ରହିଛି କାର୍।ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତରମାନେ ହେଲେ ସୁନୀତା ସେଠୀ (୩୦), ପୁଅ ଶ୍ରୀ ସାଇ (୧୨), ବିଶ୍ୱଜିତ୍।ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠୀଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଚିକିତ୍ସାଳୟକୁ ଦେହ ଦେଖାଇବା ପାଇଁ ଏକ ଅଟୋ ଯୋଗେ ବଂଶୀଧରଙ୍କ ସ୍ତ୍ରୀ କମଳା, ବୋହୂ ସୁନୀତା ଏବଂ ନାତି ଶ୍ରୀସାଇଙ୍କୁ ନେଇ ଆସିଥିଲେ। ଦେହ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ।
ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ଅଟୋ କାର୍ ଧକ୍କା ହୋଇ ରାସ୍ତାକଡ଼ରେ ଥିବା ବିଲ ଭିତରକୁ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର ସ୍ତ୍ରୀ କମଳା ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କର ଘଟଣାସ୍ଥଳରେ ମୃତୁ ଘଟିଥିବାବେଳେ ବୋହୂ ସୁନୀତା ଏବଂ ପୁଅ ଶ୍ରୀସାଇ ଗୁରୁତର ହୋଇଥିଲେ। ଏ ପଟେ କାର ମାଲିକ ଗୁରୁତର ଥିବା ବେଳେ କାର୍ ଚାଳକଙ୍କର କୌଣସି ଖବର ମିଳିନାହିଁ।