ଉତ୍କଳ ବିଶ୍ବବିଦ୍ୟାଳୟରେ ବିଦ୍ୟାର୍ଥୀ ପରିଷଦ ଶାଖାର ନୂତନ କାର୍ଯ୍ୟକାରିଣୀ ଘୋଷଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବାଣୀବିହାର ସ୍ଥୀତ ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ରେ ଥିବା ତାଳପଦେଶ୍ୱରି ମନ୍ଦିର ପ୍ରାଙ୍ଗଣ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ର ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ସଭା ରେ ମୁଖ୍ୟ ଅତିଥି ରୂପେ ABVP ର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଯୋଗଦେଇ ବିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ରଖିଥିଲେ । ଚଳନ୍ତି ଶିକ୍ଷାବର୍ଷର ବିଭିନ୍ନ କାର୍ଯ୍ଯକ୍ରମ ବିବରଣୀ ପାଠ କରିଥିଲେ (୨୦୨୧-୨୦୨୨) ର କାର୍ଯରତ ସଭାପତି ସନ୍ତୋଷ ନାୟକ ଏବଂ କାର୍ୟକର୍ମ ସଞ୍ଚାଳନ କରିଥିଲେ ଉପସଭାପତି ରଞ୍ଜନ କୁମାର ବଳ ।
ଏବିଭିପି ର 100 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରିଥିବା ବେଳେ ମାର୍ଗଦର୍ଶକ ଭାବରେ ସୁମନ୍ତ ଭାଇ ,ରାଜେଶ ଭାଇ, ସୌଭାଗ୍ୟ ଭାଇ , ବବୁଲ ଭାଇ ,ବିଶ୍ୱଜିତ୍ ଭାଇ ଓ ଜିତୁ ଭାଇ କାର୍ଯକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ତତସହିତ ,ସୌରଭ ଦାସ, ବିଶ୍ଵ ଭାଇ ,ସତ୍ୟଭାଇ,ଆକାଶ ଭାଇ,ରବି ଭାଇ ସକ୍ରିୟ ଅଂଶ ଗ୍ରହଣ କରି ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ନୂତନ ସଭାପତି ରୂପେ ରୋହିତ ପାଢୀ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ରୂପେ ମନ୍ମଥ ଜେନା , ସୁବ୍ରମନ୍ୟମ ଯୋଶୀ, ଶାଶ୍ଵତୀ ଦେଉରୀ ଓ ଶିବଶଙ୍କର ସାହୁ ନିର୍ବାଚିତ ହୋଇଥିଲେ। ସାଧାରଣ ସମ୍ପାଦକ ରୂପେ ଏଲିନ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ରୂପେ ବିଚିତ୍ରା,ପ୍ରିତମ ,ବିଶ୍ୱଜିତ୍, ଶିବାନୀ,ଚନ୍ଦନ ,ପ୍ରିତମ ନୂତନ ଭାବେ ନିର୍ବାଚିତ ହୋଇଥିଲେ। ସହ ସଂପାଦକ ଭାବରେ ଶୁଭମ୍ , ସୁଚିସ୍ମିତା, ଆଶିଶ ଓ ଚନ୍ଦନ ନିର୍ବାଚିତ ହୋଇଥିଲେ। ନବ ନିର୍ବାଚିତ ସମସ୍ତ କାର୍ଯକର୍ତା ଙ୍କୁ ଅଭିନଦନ ଓ ସ୍ବାଗତ କରାଯିବ ସହ ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦ କୁ ଆଗକୁ ନେବା ଓ ଅନେକ ଗଠନମୂଳକ କାର୍ଯ କରିବା ନିମନ୍ତେ ଛାତ୍ର ନେତା ଙ୍କୁ ଉତ୍ସାହିତ କରାଯାଇଥିଲା । ପରିଶେଷରେ ଛାତ୍ର ନେତା ସୁମନ୍ତ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.