ଆସୁଛି ଆଉ ଦୁଇଟି ଲଘୁଚାପ: ଲାଗି ରହିବ ଅବିଶ୍ରାନ୍ତ ବର୍ଷା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବର୍ଷାରେ ଭିଜୁଛି ସାରା ଓଡ଼ିଶା। ରାଜଧାନୀ ଭୁବନେଶ୍ୱରରେ ଅପରାହ୍‌ଣରେ ପ୍ରବଳ ବର୍ଷା। ଅସ୍ତବ୍ୟସ୍ତ ରାଜଧାନୀବାସୀ। ଖାଲୁଆ ସ୍ଥାନରେ ପାଣି ଜମିବା ସହ ଯାତାୟାତ ବାଧାପ୍ରାପ୍ତ । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି । ଏହି ଜିଲ୍ଲା ଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି। ଆଗାମୀ ୫ଦିନ ଯାଏ ବର୍ଷା ଲାଗି ରହିବ।

ରାଜ୍ୟରେ ଜୁନ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୨୨ ପ୍ରତିଶତ କମ୍‌ ବର୍ଷା ହୋଇଛି । ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ଗୋଟିଏ ଜିଲ୍ଲା ବୌଦ୍ଧରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ। ଜୁଲାଇ ଆରମ୍ଭରୁ ଏଯାଏ ସ୍ୱାଭାବିକ ଠାରୁ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ଷା ଲାଗି ରହିଥିବାରୁ ଚାଷ କାମରେ ବେଶ ସହାୟକ ହେବ ବୋଲି ଚାଷୀ ଆଶା ରଖିଛି ।

ଆସୁଛି ଆଉ ଦୁଇଟି ଲଘୁଚାପ । ଆସନ୍ତା କିଛି ଦିନ ଭିତରେ ଓଡ଼ିଶା ଉପକୂଳରେ ଗୋଟିଏ ଲଘୁଚାପ ଏବଂ ଆସନ୍ତା ସପ୍ତାହ ଆରମ୍ଭରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଗ ଅନୁକୂଳ ରହିଛି । ସପ୍ତାହ ଶେଷ ଆଡକୁ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ଲଘୁଚାପ ପହଞ୍ଚିବା ବେଳକୁ ଡିପ୍ରେସନ୍‌ କିମ୍ବା ଡିପ ଡିପ୍ରେସନ୍‌ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ସ । ତେବେ ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଦେଇ ନାହିଁ ।

Leave A Reply

Your email address will not be published.