ନନ୍ଦନକାନନରେ ଧଳା ବାଘୁଣି ରୁପାର ଆଉ ଏକ ନାଲି ମାଇ ଛୁଆ ଆଖି ବୁଜିଲା, ଗତକାଲି ଠାରୁ ଥିଲା ଅସୁସ୍ଥ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନନ୍ଦନକାନନ ରେ ଧଳା ବାଘୁଣି ରୁପା ର, ଆଉ ଏକ ନାଲି ମାଇ ଛୁଆ ଆଜି ଆଖି ବୁଜିଛି । ମୃତ ଛୁଆ ଟି ଜନ୍ମ ହେବା ଦିନ ଠାରୁ ତାକୁ ନିଜ  ମା ଠାରୁ ଅଲଗା ରଖାଯାଇ ଥିଲା । କତ୍ତୃପକ୍ଷ ଏହି ଛୁଆ କୁ ଭେଟେନାରୀ ରେ ରଖି  ନିଜ ହେପାଜତ ରେ ପାଳନ କରୁଥିଲେ । ମୃତ ବାଘ ଛୁଆ ଟି  ଗତ କାଲି ଠାରୁ ଅସୁସ୍ଥ ଥିଲା , ପଶୁ ଚିକିତ୍ସକ ମାନେ ତାର ଚିକିସ୍ଛା କରୁଥିଲେ । ମୃତ ବାଘ ଶାବକ ଟି ଜନ୍ମ ହେବା ଦିନ ଠାରୁ  ବାରମ୍ବାର ଅସୁସ୍ଥ ହେଉ ଥିଲା । ତେବେ କେଉଁ କାରଣ ରୁ ବାଘ ଶାବକ ଟି ମ୍ରୁତ୍ୟୁବରଣ କରିଛି ସେନେଇ ନନ୍ଦନକାନନ ତରଫ ରୁ କୌଣିସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ମୃତ ବାଘ ଶାବକର ଶବ ବ୍ୟବଛେଦ କରାଯିବା ପରେ , ମୃତ ର ପ୍ରକୃତ କାରଣ  ସ୍ପଷ୍ଟ ହେବ ।  ଗତ ମାର୍ଚ୍ଚ ମାସ ୧୧ ତାରିଖ ରେ ଧଳା ବାଘୁଣି ରୁପା ତିନୋଟି ଛୁଆ ଜନ୍ମ ଦେଇଥିଲା । ଏହା ରୁପା ର  ପ୍ରଥମ ଗର୍ଭ ହୋଇ ଥିବାରୁ ସେ ନିଜ ଛୁଆ ମାନଙ୍କର  ଯତ୍ନ ଠିକ୍  ରେ ନେଇ ପାରି ନ ଥିଲା । ଏଥିପାଇଁ ତିନି ଛୁଆ  ଙ୍କୁ ମା ଠାରୁ ଅଲଗା କରି ,  କତ୍ତୃପକ୍ଷ ନିଜ ହେପାଜତ ରେ ଲାଳନ ପାଳନ କରୁଥିଲେ । ଗତ ମାର୍ଚ୍ଚ ମାସ ୨୧ ତାରିଖ ରେ ତିନୋଟି ଛୁଆ ଙ୍କ ମଧ୍ୟ ରୁ ଗୋଟିଏ ଧଳା ଅଣ୍ଡିରା ଛୁଆ  ମୃତ୍ଯୁ ବରଣ କରିଥିଲା । ବଂଚି ରହିଥିବା ଦୁଇ ଛୁଆ ଙ୍କ ମଧ୍ୟ ରୁ ଆଜି ଆଉ ଏକ ନାଲି ରଙ୍ଗର ମାଇ ଛୁଆ ମୃତୁ ବରଣ କରିଛି ।

ଏବେ ରୁପା ର  ଆଉ ଏକ ମାତ୍ର ଧଳା ମାଇ ଛୁଆ ବଂଚିଥିବା ବେଳେ , କତ୍ତୃପକ୍ଷ ତାକୁ ନିଜ ହେପାଜତ ରେ ପାଳନ କରୁଛନ୍ତି । ବାଘ ଛୁଆ ମୃତ ପରେ ନନ୍ଦନକାନନ ରେ ଏବେ ବାଘ ମାନଙ୍କ ସଂଖ୍ୟା ୨୬ କୁ ହ୍ରାସ ପାଇଛି । ଗତ ୧୨ ତାରିଖ ରେ ନନ୍ଦନକାନନ ରେ ଗୋଟିଏ ଏକ ବର୍ଷିୟ ଅଣ୍ଡିରା ବାଘ ମୃତ୍ଯୁ ବରଣ କରିବା ପରେ ଆଜି ଆଉ ଏକ ବାଘ ଛୁଆ ପ୍ରାଣ ହରାଇବା ଘଟଣା  କତ୍ତୃପକ୍ଷ ଙ୍କ ଚିନ୍ତା ବଢିଛି । ଏହା ସହିତ ପଶୁ ପ୍ରେମୀ ମାନେ ମଧ୍ଯ ବାଘ ମୃତ୍ଯୁ ନେଇ ଆଶ୍ଚର୍ୟ୍ଯ ହେଉଛନ୍ତି।

Leave A Reply

Your email address will not be published.