ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟରୁ ଦିଲ୍ଲୀ ସରକାରଙ୍କୁ ଲାଗିଲା ବଡ଼ ଝଟ୍କା। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମିଳିଲା ସୁପ୍ରିମ ପ୍ରାଓ୍ୱାର। ଦିଲ୍ଲୀ MCDରେ ଆଲର୍ଡମ୍ୟାନଙ୍କ ନିଯୁକ୍ତି ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେସନାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍କା ଲାଗିଛି। ଜଷ୍ଟିସ ନୀନା ବନସଲ କୃଷ୍ଣଙ୍କ ବେଞ୍ଚ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ ହେବା ପାଇଁ ଟ୍ରାଏଲ କୋର୍ଟ ନିକଟକୁ ଯିବାକୁ କହିଥିଲେ। ସିବିଆଇ ମାମଲାରେ ଏଏପି ନେତାଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
ଏହାପୂର୍ବରୁ ସିବିଆଇ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟରେ ଏଏପି ସୁପ୍ରିମୋ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଅନ୍ୟପକ୍ଷରେ, ମନି ଲଣ୍ଡରିଂ ମାମଲାରେ ଇଡି ଏକ ଚାର୍ଜସିଟ ଦାଖଲ କରିସାରିଛି ଯେଉଁଥିରେ ଆମ ଆଦମୀ ପାର୍ଟି ଏବଂ ଏହାର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଅଭିଯୋଗ ହୋଇଛି। ଜୁଲାଇ ୧୨ରେ ସୁପ୍ରିମକୋର୍ଟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ସିଏମ କେଜରିୱାଲଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସିବିଆଇ ଗିରଫ ହେବା ପରେ ସେ ଜେଲରୁ ବାହାରି ପାରିନଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରାୟ ୧୫ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ।
ଗତ ବର୍ଷ ମେ ୧୭ରେ, ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଏମସିଡିରେ ‘ଆଲର୍ଡମେନ’ ନାମାଙ୍କନ ଦେବା କ୍ଷମତା ପ୍ରଦାନ କରିବା ଅର୍ଥ ହେଉଛି ଯେ ସେ ନିର୍ବାଚିତ ପୌରସଂସ୍ଥାକୁ ଅସ୍ଥିର କରି ପାରିବେ। MCDରେ ୨୫୦ ନିର୍ବାଚିତ ଏବଂ ୧୦ଜଣ ମନୋନୀତ ସଦସ୍ୟ ଅଛନ୍ତି। ଡିସେମ୍ବର ୨୦୨୨ରେ, ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ଆପ୍ ୧୩୪ଟି ୱାର୍ଡ ଜିତିଥିଲା ଏବଂ MCD ରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିଥିଲା। ୯ଟି ସିଟ୍ ହାତେଇ କଂଗ୍ରେସ ତୃତୀୟ ସ୍ଥାନରେ ଥିଲା।