ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ବି ପ୍ରାଣୀ ଉଦ୍ୟାନରୁ ଆସିଛି ଆଉ ଏକ ଅଘଟଣର ଖବର । ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟ ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଥିଲା ।
ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲା । କହିବାକୁ ଗଲେ ଦୁଇ ଦିନ ମଧ୍ୟରେ ଗଲାଣି ଦୁଇ ଆନାକୋଣ୍ଡାଙ୍କ ମୃତ୍ୟୁ । ଦୁଇ ଆନାକୋଣ୍ଡାର ଅକାଳ ମୃତ୍ୟୁ ପରେ ଚିନ୍ତାରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । କହିବାକୁ ଗଲେ ଦୁଇ ଦିନରେ ଗଲେଣି ଦୁଇ ଆନାକୋଣ୍ଡା ।ସୂଚନା ଥାଉକି, ବୁଧବାର ବି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଥଣ୍ଡା ସହ ରକ୍ତଝାଡା ହେବାରୁ ଗତକାଲି ଅକାଳ ମୃତ୍ୟୁ ହୋଇଥିଲା । ଜନ୍ତୁ ବିଭାଗର ରକ୍ଷଣାବେକ୍ଷଣରେ ତ୍ରୁଟି ସନ୍ଦେହ କରି ଅକାଳ ମୃତ୍ୟୁ ହୋଇଥିବା ସନ୍ଦେହ ।
କହିବାକୁ ଗଲେ, ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଦୀର୍ଘ ଦୁଇ ମାସ ଧରି ଚିକିତ୍ସାଧୀନ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା ।୨୦୧୯ ମସିହାରେ ଆସିଥିବା ଏହି ଆନାକୋଣ୍ଡାର ବୟସ ପାଖାପାଖି ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସାମାନ୍ୟ ଭାବେ ଆନାକୋଣ୍ଡା ପ୍ରଜାତି ୧୨ରୁ ୧୫ବର୍ଷ ବଞ୍ଚିଥିବା ବେଳେ ମାତ୍ର ୨ ବର୍ଷରେ ସାପଟିର ମୃତ୍ୟୁ ହୋଇଥିବାରୁ ଜନ୍ତୁ ବିଭାଗର ରକ୍ଷଣାବେକ୍ଷଣରେ ତ୍ରୁଟି ସନ୍ଦେହ କରାଯାଉଛି ।