ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ଅସୁରକ୍ଷିତ ହୋଇ ପଡୁଛନ୍ତି ଭାରତୀୟ ଛାତ୍ର।ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭିତରେ ଭାରତର ଛାତ୍ରଛାତ୍ରୀମାନେ ବଳିପଡ଼ୁଛନ୍ତି। ୟୁକ୍ରେନ୍ରେ ଆଜି ଆଉ ଜଣେ ଭାରତୀୟଙ୍କ ମୃତ ଘଟିଛି। ମୃତ ଛାତ୍ରଙ୍କ ନାମ ଚନ୍ଦନ ଜିନ୍ଦଲ ଓ ସେ ପଞ୍ଜାବର ବାସିନ୍ଦା ବୋଲି ଜଣାପଡ଼ିଛି। ଚନ୍ଦନ ଯୁଦ୍ଧର ଭୟାବହତାକୁ ଦେଖି ଡରିଯାଇଥିଲେ। ପରେ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ବ୍ରେନ୍ ଷ୍ଟୋକ୍ର ଶିକାର ହୋଇଥିବା ଡାକ୍ତର କହିଥିଲେ। କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ଚନ୍ଦନଙ୍କ ବୟସ ମାତ୍ର ୨୨ ବର୍ଷ। ସେ ୟୁକ୍ରେନ୍କୁ ଡାକ୍ତରୀ ପଢ଼ିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି।
ଦିନକ ତଳେ ମଧ୍ୟ ୟୁକ୍ରେନ୍ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଛାତ୍ରଙ୍କ ନାଁ ନବୀନ ଶେଖରପ୍ପା। ଖାରକିଭ୍ରେ ବୋମା ବିସ୍ଫୋରଣ ଯୋଗୁ ନବୀନଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।
ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ପିତା ଶେଖର ଗୌଡ଼ା କହିଛନ୍ତି, ତାଙ୍କ ପୁଅ ଦ୍ବାଦଶ ଶ୍ରେଣୀରେ ବିନା ଟ୍ୟୁସନରେ ୯୭ ପ୍ରତିଶତ ମାର୍କ ରଖି ପାସ୍ କରିଥିଲା। ପିଲାଦିନରୁ ଡାକ୍ତରୀ ପଢ଼ି ଲୋକଙ୍କ ସେବା କରିବାକୁ ତା’ର ଖୁବ୍ ଆଗ୍ରହ ଥିଲା। କିନ୍ତୁ ଭାରତରେ ମେଡ଼ିକାଲ ସିଟ୍ ନ ମିଳିବାରୁ ବିଦେଶ ଯିବାକୁ ସେ ବାଧ୍ୟ ହୋଇଥିଲା। ଭାରତୀୟ ଶିକ୍ଷାରେ ବିଭିନ୍ନ ବର୍ଗ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଯୋଗୁ ମେଧାବୀ ଛାତ୍ର ହୋଇ ମଧ୍ୟ ସେ ଭାରତରେ ମେଡ଼ିକାଲ ପଢ଼ିପାରିଲା ନାହିଁ।
ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ପୁଅକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ତିନି-ଚାରିଦିନ ଧରି ବହୁ ଲୋକଙ୍କୁ ଓ ବହୁ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ସମସ୍ତେ କେବଳ ଫମ୍ପା ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ପୁଅକୁ ହରାଇବାକୁ ପଡ଼ିଲା। ତାଙ୍କ ପୁଅର ମୃତ୍ୟୁ ପାଇଁ ଭାରତର ସଂରକ୍ଷଣ ବ୍ୟବସ୍ଥା ଦାୟୀ ବୋଲି ଶେଖର ଗୌଡ଼ା ଅଭିଯୋଗ କରିଛନ୍ତି।