ନୂଆ ମନ୍ତ୍ରୀଙ୍କ ପାଇଁ 5Tରେ ଯୋଡି ହେଲା ଆଉ ଏକ T, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି 6-T ମନ୍ତ୍ର ଦେଇଥିଛନ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନୂଆ ମନ୍ତ୍ରୀଙ୍କ ପାଇଁ ଯୋଡି ହେଲା ଆଉ ଏକ T।  ପୂର୍ବର 5-T ମନ୍ତ୍ର ସହ ଏହାକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ଅପରାହ୍ନରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି 6-T ମନ୍ତ୍ର ଦେଇଥିଲେ ।ଏହି Tର ଅର୍ଥ ହେଉଛି TOUR ।

ମୋ ସରକାର କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଜିଲ୍ଲା ଓ ବ୍ଲକସ୍ତରକୁ ଯାଇ ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବେ । ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଲୋକଙ୍କ ବିକାଶ ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ ଏବଂ ସେହି ଅନୁଯାୟୀ ସରକାର କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁଯାୟୀ କାର୍ଯ୍ୟ କରିବା ସହ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ତାଗିଦ୍ କରିଦେଇଥିଲେ । ନୂଆ ସହଯୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରାୟ ୧ ଘଣ୍ଟା ୩୫ ମିନିଟ୍ କାଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.