ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି: ପୃଥ୍ୱୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା। ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି।ଏ ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ।ଆଣ୍ଟି ଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ ଏହାକୁ ଖସାଇ ଦିଆଯାଇପାରିବ।ଆବଶ୍ୟକ ପଡିଲେ ଅର୍ଥ ମନ୍ଦିର ପ୍ରସାସନ ଦେବ ବୋଲି ବିଚାର ଚାଲିଥିବା କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ୟୁଟୁବର ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି ପୁରୀ ମନ୍ଦିର ଉପରେ ଡ୍ରୋନ ଉଡାଇ ଥିବା ଖବର ସାମ୍ନା କୁ ଆସିଥିଲା। ପାକିସ୍ତାନ ISI ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଏବେ ଜ୍ୟୋତିଙ୍କୁ ଗିରଫ କରାଯାଇଛି।ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୫ ପ୍ରତିଶତ ସଦସ୍ୟ ବାହାରୁ ରହନ୍ତି । ପରିଚାଳନା ଦୃଷ୍ଟିରୁ କିଛି ଅସୁବିଧା ନାହିଁ । ଆକ୍ଟ ଅନୁଯାୟୀ, ଯାହା ହେବା କଥା ହେଉଛି । କିଛି ସ୍ଥାୟୀ ସଦସ୍ୟଙ୍କ ସହ ସ୍ଥାୟୀ ସଭାପତି ଭାବେ ଗଜପତି ମହାରାଜା ଅଛନ୍ତି । କିଛି ସଦସ୍ୟ ବାହାରୁ ରହିଥାନ୍ତି । ତର୍ଜମା କରାଯାଉଛି କେବେ ହେବ । ପରିଚାଳନା କମିଟି ଭିତରେ ୫ ଜଣ ସେବାୟତ, ୨ ଜଣ ନିମନ୍ତ୍ରିତ ସଦସ୍ୟ ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବେସରକାରୀ ସଦସ୍ୟ ରହିବା କଥା ।

 

 

 

Leave A Reply

Your email address will not be published.