ଓଡ଼ିଆ ନ୍ୟୁଜ୍: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲା ପରେ ଅନୁ ଗର୍ଗଙ୍କ ପ୍ରତିକ୍ରିୟା।‘ମୋ ପାଇଁ ବଡ଼ ଦାୟିତ୍ବ, ସୁଯୋଗ ବି ରହିଛି’।ରାଜ୍ୟର ପ୍ରଗତି ଆମର ମୂଳ ଲକ୍ଷ୍ୟ। ୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବୁ।୨୦୪୭ରେ ଦେଶ କିପରି ଲକ୍ଷ୍ୟ ପଥରେ ପହଞ୍ଚିବ କାର୍ଯ୍ୟ କରିବୁ। ସ୍ବପ୍ନର ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ମିଶି କାମ କରିବା। ଆଗାମୀ ଦିନରେ ବହୁତ ଚ୍ୟାଲେଞ୍ଜ୍ ରହିଛି, ସମାଧାନ କରିବା।ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍କୁ ଗୁରୁତ୍ବ ଦିଆଯିବ। ଯୁବା ସଶକ୍ତୀକରଣ, ଟୁରିଜିମ୍, ଅନ୍ୟାନ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେବା।
ମୁଁ ଏହି ସବୁ କାର୍ଯ୍ୟ କରି ଅନେକ ଖୁସି । ଓଡ଼ିଶାବାସୀଙ୍କ ଠାରୁ ଭଲ ପାଇବା ପାଇଛି, ତେଣୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି । ନୂଆ ସରକାରରେ ଚାଲେଞ୍ଜ ଥିଲେ ମଧ୍ୟ ଗୁରୁତ୍ବ ଦେଇ ସବୁ କାର୍ଯ୍ୟ କରିଥିବା ନେଇ ମନୋଜ ଆହୁଜା କହିଛନ୍ତି ।ତେବେ ଦାୟିତ୍ବ ନେବା ପରେ ଅନୁ ଗର୍ଗ କହିଛନ୍ତି, ନୂଆ ସରକାରରେ ବଡ଼ ଦାୟିତ୍ବ ଦିଆଯାଇଛି । ରାଜ୍ୟର ଉନ୍ନତି ଏବଂ ପ୍ରଗତି ଆଣିବା ମୂଳ ଲକ୍ଷ୍ୟ । ଆମେ ନୂଆ ଭିଜନ ନେଇ କାର୍ଯ୍ୟ କରିବୁ । ସ୍ବପ୍ନର ଓଡ଼ିଶା ଗଠନ ଆମ ପାଇଁ ଚାଲେଞ୍ଜ ରହିଥିଲେ ହେଁ ଆମେ ସବୁ ମିଶି କାର୍ଯ୍ୟ କରିବୁ ବୋଲି କହିଛନ୍ତି ।