ତ୍ରିରଙ୍ଗା ପଦଯାତ୍ରା, ରାଜ୍ୟବାସୀଙ୍କୁ ଜାତୀୟ ପତାକାକୁ ସର୍ବାଗ୍ରେ ସ୍ଥାନ ଦେବାକୁ ନିବେଦନ : ବିଜେପି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହର୍ ଘର୍ ତ୍ରିରଙ୍ଗା ,‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ। ଆଜିଦିକା ଅମୃତ ମହୋତ୍ସବକୁ ସ୍ମରଣୀୟ ରଖିବା ଓ ଜାତୀୟ ପତାକାକୁ ସର୍ବାଗ୍ରେରେ ରଖିବା ପାଇଁ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ‘ଘର ଘର ତ୍ରିରଙ୍ଗା’ ପଦଯାତ୍ରା କରି ସାଧାରଣ ଜନତା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱାଧୀନତା ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି।

 ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଘର ଘର ତ୍ରିରଙ୍ଗା’ ଆହ୍ୱାନକୁ ସଫଳ କରିବା ଲାଗି ସହରଠୁ ଗାଁ ପ୍ରତ୍ୟେକ ଜାଗାରେ ତ୍ରିରଙ୍ଗା ପତାକା ଉଡାଇ ଆମେ ସ୍ୱାଧୀନ ବୋଲି ଗର୍ବ କରିବା ନେଇ ବିଜେପି ସଚେତନତା ସୃଷ୍ଟି କରିଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମଧ୍ୟ ଭୁବନେଶ୍ୱର ବିଜେପି ନେତା ଜଗନ୍ନାଥ ପ୍ରଧାନ ଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଛକ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୃତ୍ତି ରେ ମାଲ୍ୟାର୍ପଣ କରି କଳ୍ପନା ଛକ ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତୀମୃତ୍ତି ନିକଟରେ ପଦଯାତ୍ରା ସରିଥିଲା। ପଦଯାତ୍ରା ବେଳେ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମକ ସଙ୍ଗୀତ ସହ ତ୍ରିରଙ୍ଗା ଯାତ୍ରାକୁ ସଫଳ କରିବା ପାଇଁ ସହ ସହ ସଂଖ୍ୟାରେ ସାଧାରଣ ଲୋକ ସାମିଲ ସୋଇଥିଲେ।

ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ଅମୃତ ମହୋତ୍ସବର ମୂଳ ଲକ୍ଷ୍ୟ।ଆସନ୍ତା ସ୍ୱାଧୀନତା ଦିବସ ବର୍ତମାନ ଯୁବପୀଢି ପାଇଁ ଅମୃତ ସଦୃଶ। ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ‘ହର୍ ଘର୍ ତ୍ରିରଙ୍ଗା’ ବା ‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ। ଏନେଇ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କାର୍ଯ୍ୟକର୍ତାଙ୍କ ସହ ଭୁବନେଶ୍ୱର ଜନତା ପଦଯାତ୍ରାରେ ସାମିଲ ହୋଇ ଯଶ୍ୱସୀ ମୋଦୀଙ୍କ ଆହ୍ୱାନଙ୍କୁ ସମ୍ମାନ ଜଣାଇ ଘରେ ଘରେ ତ୍ରିରଙ୍ଗା ପଂହଚାଇବାକୁ ଉଦ୍ୟମ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ନେତୃତ୍ବ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave A Reply

Your email address will not be published.