ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପତ୍ନୀଙ୍କଠାରୁ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ତଥା ଗାୟକ ଏ.ଆର. ରେହମାନ(୫୭)। ବିବାହର ୨୯ ବର୍ଷ ପରେ ଏ.ଆର. ରେହମାନ ଓ ତାଙ୍କ ପତ୍ନୀ ସାୟରା ବାନୁ ଅଲଗା ହେଉଛନ୍ତି। ସାୟରାଙ୍କ ଓକିଲ ବନ୍ଦନା ଶାହ ଆନୁଷ୍ଠାନିକ ଭାବେ ବୟାନ ଜାରି କରି ଦମ୍ପତିଙ୍କ ଛାଡପତ୍ର ଘୋଷଣା କରିଛନ୍ତି ଏବଂ ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି। ଏହାର କିଛି ସମୟ ପରେ ଏ.ଆର. ରେହମାନ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭାବପ୍ରବଣ ନୋଟ୍ ଶେୟାର କରି ଏହାକୁ ନିଶ୍ଚିତ କରିଛନ୍ତି।

୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ସାଇରାଙ୍କ ପକ୍ଷରୁ ତାଙ୍କ ଟିମ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ “ଦୀର୍ଘ ବର୍ଷର ବିବାହ ପରେ ସାଇରା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତିକ୍ରମେ ତାଙ୍କ ସ୍ୱାମୀ ଏଆର ରହମାନଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ପର୍କରେ ଅନେକ ଭାବବିହ୍ୱଳ ଭଟା ସୃଷ୍ଟି ହେବା ପରେ ଏପରି ନିଷ୍ପତ୍ତି ସାଇରା ନେଇଛନ୍ତି। ଏ.ଆର.ରେହମାନ ଲେଖିଛନ୍ତି, ‘‘ଆଶା ଥିଲା ଆମେ ତିରିଶ ବର୍ଷ ପୁରା କରିବୁ, କିନ୍ତୁ ଲାଗୁଛି ସବୁ ଜିନିଷର ଏକ ଅଦୃଶ୍ୟ ଅନ୍ତ ଥାଏ। ଭଙ୍ଗା ହୃଦୟର ଭାରରେ ଭଗବାନଙ୍କ ସିଂହାସନ ମଧ୍ୟ ଥରିପାରେ। ତଥାପି, ଏହି ସମୟରେ ଆମେ ଅର୍ଥ ଖୋଜିଥାଉ, ଯଦିଓ ଖଣ୍ଡଗୁଡ଼ିକୁ ପୁନର୍ବାର ସେମାନଙ୍କର ସ୍ଥାନ ମିଳିବ ନାହିଁ। ଆମର ବନ୍ଧୁଗଣ, ଏହି କଷ୍ଟକର ସମୟ ଦେଇ ଗତି କରୁଥିବାବେଳେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ।”

Leave A Reply

Your email address will not be published.