ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲାରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଜେଲରେ ଭେଟ ଘାଟ ହେଲେ ଅର୍ଚନା ଜଗବନ୍ଧୁ। ୧୫ ମିନିଟ ଧରି ଉଭୟ ହେଲେ କଥା ବାର୍ତ୍ତା ଅର୍ଚନା ଜଗବନ୍ଧୁଙ୍କୁ ପ୍ରଥମେ ପଚାରିଥିଲେ ଦେହ କେମିତି ଅଛି। ସକାଳେ କଣ ଖାଇଥିଲ। ସେହି ସମାନ କଥା ଅର୍ଚନାଙ୍କୁ ପଚାରିଥିଲେ ଜଗବନ୍ଧୁ। ଦୁହେଁ କଥା ହେବା ସମୟରେ ସେମାନଙ୍କ ମଝିରେ ଲୁହା ଜାଲି ଥିଲା ସେମାନଙ୍କ କଥାବାର୍ତା ସମୟରେ ୨ ଜଣ ଜେଲ ଅଧିକାରୀ ଉପସ୍ଥିତ ଥିଲେ
ଗତକାଲି ରାତିରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କଲା ପରେ ଏହି ଭଳି ରାୟ ଦେଇଛନ୍ତି କୋର୍ଟ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅର୍ଚ୍ଚନା ନାଗ ଜଣେ ଓଲିଉଡ଼ର ନିର୍ଦେଶକଙ୍କୁ ବ୍ଲକମେଲ କରିଥିଲେ ।
କୁହାଯାଉଥିଲା ଏହି ରହସ୍ୟମୟୀ ଗିରଫ ମହିଳା ଅର୍ଚ୍ଚନା ନାଗଙ୍କ ଫାସର ଛନ୍ଦିହୋଇଛନ୍ତି ବହୁ ନେତା, ବ୍ୟବସାୟୀ, ସରକାରୀ ଅଧିକାରୀ । ଏ କଥା ଆମେ କହୁନୁ ସାୟଂ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ସହ ଏହି ବଡବଡିଆଙ୍କ ମଧ୍ୟରୁ କେତେକଙ୍କର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଫଟୋ କହୁଛି । ଅର୍ଚ୍ଚନାଙ୍କ ସହ ଏହି ବଡ଼ବଡ଼ିଆମାନଙ୍କର କି ସମ୍ପର୍କ ଥିଲା ତାହା ପୁଲିସ ଜବତ କରିଥିବା ମୋବାଇଲ୍ ଏବଂ ଲାପଟପ୍ ହିଁ ପରବର୍ତ୍ତୀ ସମୟରେ ବୟାନ କରିବ ।