ଅର୍ଚ୍ଚାନା ନାଗ ମାମଲା, ସମୟ ଆସିଲେ ସବୁ କହିବୁ କହିଲେ ଜଗବନ୍ଧୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପୁଣି ଘନେଇଲା ଅର୍ଚ୍ଚନା ନାଗ ମାମଲା। ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ପୋରକ ବୟାନ । ଜଗବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବା ସମୟରେ ସେ ପ୍ରତିକ୍ରିୟାରେ କହିଛନ୍ତି, ଅକ୍ଷୟ ପରିଜା ଚକ୍ରାନ୍ତ କରି ଆମକୁ ଫସାଇଛନ୍ତି । ସେ ଝିଅକୁ ପଇସା ଲୋଭ ଦେଖାଇ ଆମ ବିରୋଧରେ ଏତଲା ଦେଇଛି ବୋଲି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଆମ ମୁଣ୍ଡରେ ଅଠା ବୋଳାହୋଇଛି। ତା ସହ ଆହୁରି ଅନେକ ଲୋକ ଅଛନ୍ତି ସେମାନଙ୍କୁ ବାହାର କରନ୍ତୁ । ଆମେ କାହାକୁ ପଇସା ମାଗିନୁ। ସବୁ ମିଛ କଥା। ସମୟ ଆସିଲେ ସବୁ କହିବୁ ।

ଆମକୁ ଅଯଥାରେ ବିବାଦ ଭିତରକୁ ଟଣାଯାଉଛି ବୋଲି ମଧ୍ୟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ହେରଫେର୍‌ ଓ ବ୍ଲାକମେଲିଂ ଅଭିଯୋଗରେ ବନ୍ଧା ହୋଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ସେବେଠୁ ସେ ଜେଲ୍‌ରେ ଅଛନ୍ତି । ଉଭୟଙ୍କ ଆର୍ଥିକ କାରବାର ସଂପର୍କରେ ଛାନ୍‌ଭିନ୍‌ କରୁଛି ଇଡି । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ଇଡି ।

Leave A Reply

Your email address will not be published.