ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ରିମାଣ୍ଡ ଅବଧିର ଶେଷ ଦିନରେ ବି ଅର୍ଚନା ଚୁପ। ଅର୍ଚନା ED ତଦନ୍ତ ର ଉତ୍ତର ଦେଉନାହାନ୍ତି ହନି ଟ୍ରାପ ଟଙ୍କା କେମିତି ଆସିଛି, କିଏ ଦେଇଛି କାହା ମାଧ୍ୟମରେ ଆସିଛି, କିଏ ସେ ବଡବଡିଆ ଦେଛନ୍ତି ଟଙ୍କା? କିଏ ଦେଇଛନ୍ତି ପୁଳା ପୁଳା ସୁନା ଓ ଟଙ୍କା। ସେ ନେଇ କିଛି ତଥ୍ୟ ଦେଉ ନାହାନ୍ତି ଅର୍ଚନା। ଅର୍ଚନାଙ୍କୁ 13 ତାରିଖରେ କୋର୍ଟରେ ଅର୍ଚନାଙ୍କୁ ହାଜର କରିବ। ପୁଣି ଥରେ ଅର୍ଚନାଙ୍କୁ 7ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ED। ସେହିଭଳି ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ 13 ତାରିଖରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯିବ। ଜଗବନ୍ଧୁଙ୍କୁ 15ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି। ଉଭୟ ବଣ୍ଟି ଓ ବବଲୀ ଙ୍କୁ ED ରେ ମୁହାଁ ମୁହିଁ ଏକାଠି ଜେରା କରିବାକୁ ED ପ୍ରସ୍ତୁତ।
କମିଶନରେଟ ପୋଲିସ ପକ୍ଷରୁ ଏହି ମାମଲାରେ ଖଣ୍ଡଗିରି ଥାନାର ଦସ୍ତାବିଜ ଦିଆ ଯାଇଛି। ହେଲେ ଅର୍ଚନାଙ୍କୁ ଗିରଫ ସମୟରେ ତାଙ୍କ ପାଖରୁ ମିଳିଥିବା 4 ଟି ଫୋନ, 2ଟି ଟାବଲେଟ, ପେନ ଡ୍ରାଇଭ କମିଶନରେଟ ପୋଲିସ SFSL କୁ ପଠାଇଛି. ହେଲେ କୋର୍ଟ ନିର୍ଦେଶ ସତ୍ୱେ ଏ ଯାଏ ମିଳିନି ED କୁ SFS ରୁ ତଥ୍ୟ। ସେହି ତଥ୍ୟରେ ଅନେକ ଗୁମର ଲୁଚି ରହିଛି। କେବେ ମିଳିବ EDକୁ ଡିଜିଟାଲ ତଥ୍ୟ ପ୍ରମାଣ ତାହା ଦେଖିବାକୁ ବାକି ରହିଲା।