ଅର୍ଚ୍ଚନାଙ୍କ ଓକିଲାତି ଲାଇସେନ୍ସ ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍: ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ଭାବେ ନିଲମ୍ବିତ।ଲାଇସେନ୍ସ ନିଲମ୍ବନ ନେଇ ଆଇନଜୀବୀ ପରିଷଦର ନିଷ୍ପତ୍ତି।ଲାଇସେନ୍ସ ଆବେଦନ ଫର୍ମରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ। ନିଜ ଅପରାଧିକ ମାମଲା ସମ୍ପର୍କରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିଲେ ଅର୍ଚ୍ଚନା।ଏକାଧିକ ବ୍ୟବସାୟରେ ସମ୍ପୃକ୍ତି ଥାଇ ତଥ୍ୟ ଲୁଚାଇଥିବା ଅଭିଯୋଗ।

ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ। ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।

Leave A Reply

Your email address will not be published.